ଗୁରୁକୁଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲର ସି ବି ଏସ୍ ପରୀକ୍ଷା ରେ ସଫଳତା

ବ୍ରହ୍ମପୁର: ଇଞ୍ଜିନିୟରିଂ ସ୍କୁଲ ଛକ ସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଏମ୍,ବି,ସି ପକ୍ଷରୁ ବିକଶିତ ଓଡ଼ିଶା -୨ ୦୩୬କାର୍ଯ୍ଯ କ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଚଳିତ ବର୍ଷ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବିଭିନ୍ନ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଗୁଡ୍ସସେଡ୍ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ୍ ସ୍କୁଲର ସି ବି ଏସ ଇ ବୋର୍ଡ -୨୦୨୫ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଦ୍ୱାଦଶ ଶ୍ରେଣୀ( ବିଜ୍ଞାନ)ର ଗର୍ବିତ ତାରକା ଅଭିନବ ମିଶ୍ର ୯୬.୪%, ଦ୍ୱାଦଶ ଶ୍ରେଣୀ( ବାଣିଜ୍ୟ ) ର ତାରକା ସୌରଭ ସ୍ୱାଇଁ ୯୨.୪% ଏବଂ ଦଶମ ଶ୍ରେଣୀ ତାରକା ଆୟୁଷ୍ମାନ ରଥ ୯୫.୪% ସହିତ ସମସ୍ତଙ୍କୁ ମଞ୍ଚପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍କୁଲ ପକ୍ଷରୁ କାର୍ଯ୍ଯ କ୍ରମରେ ଅଂଶ ଗ୍ରହଣ କରିଥିବା ବିଜ୍ଞାନ ବିଭାଗର ଶିକ୍ଷକ ରାଜେଶ କୁମାର ମହାପାତ୍ର ଏବଂ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ସେମାନଙ୍କର ସଫଳତା ପାଇଁ ଅଭିବାଦନ ଜଣାଇଥିଲେ। ସେମାନେ ଆଣିଥିବା ଏହି ଗର୍ଵ, ଗୌରବ ସହିତ ଆମେ ଗର୍ବିତ ବୋଲି କହିଥିଲେ।