July 29, 2025
Home » ଗୁରୁ ବନ୍ଦନ ଉତ୍ସବ ପାଳିତ

ଗୁରୁ ବନ୍ଦନ ଉତ୍ସବ ପାଳିତ

0
WhatsApp Image 2025-07-12 at 2.10.00 PM (1)

ବ୍ରହ୍ମପୁର: ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ, ପୀଠ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ଭଗବାନ ବ୍ୟାସଦେବଙ୍କ ଜନ୍ମ ଦିବସ ଯଥା ରୀତି ପାଳନ କରାଯାଇଛି ।ଇଂ, ସୂର୍ଯ୍ୟ ନାରାୟଣ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବ୍ରହ୍ମପୁର ବିଧାୟକ କେ ଅନୀଲ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାଗବତ ପ୍ରବଚନ ଶ୍ରୀ ଜଗନ୍ନାଥ ପଣ୍ଡା ବ୍ୟାସଦେବଙ୍କ ରଚିତ ଅଷ୍ଟାଦଶ ପୁରାଣ ଓ ଭଗବଦ୍ ଗୀତାର ସାରମର୍ମ ବୁଝାଇଥିଲେ।

ଅନ୍ୟତମ ବିଶିଷ୍ଟ ଅତିଥି ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ହରିହର ଦାସ ମହାରାଜ କହିଲେ ଯେ ବେଦର ଭାଷାକୁ ଜନସାଧାରଣ ବୁଝି ନ ପାରିବାରୁ ବ୍ୟାସଦେବ ସରଳ ସଂସ୍କୃତ ଭାଷାରେ ଅଷ୍ଟାଦଶ ପୁରାଣ ରଚନା କରି ମାନବ ସମାଜର ମୋକ୍ଷ ମାର୍ଗ ସୁଗମ କରାଇଛନ୍ତି।
ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ଶିବଶଙ୍କର ମାଦଳା, ସମ୍ପାଦକ ସନ୍ତୋଷ କୁମାର ସାହୁ, ଉପଦେଷ୍ଟା ଉପେନ୍ଦ୍ର ପାଣିଗ୍ରାହୀ,ବିଜୟ ରାମ ପାଣିଗ୍ରାହୀ, ସଂଜୀବ କୁମାର ପଟ୍ଟନାୟକ, ନରସିଂହ ସାହୁ, ପରିମଳ କୁଣ୍ଡୁ, ରତ୍ନଗର୍ଭା ସରସ୍ଵତୀ ଦେବୀ, କୋଷାଧ୍ୟକ୍ଷ ରାମପ୍ରସାଦ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ପ୍ରଥମେ ବ୍ଯାସଦେବଙ୍କ ପୂଜା,ତା ପରେ ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟ, ତାପରେ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଙ୍କ ପୂଜା,ଆରତୀ, ପୁଷ୍ପାଞ୍ଜଳି ସମାପନ କରାଯାଇଥିଲା। ଗୁରୁଜୀଙ୍କ ଆଦର୍ଶ ପାଳନ କରିବା ସହିତପ୍ରାଚୀନ ଗୁରୁ ପରମ୍ପରା ର ସୁରକ୍ଷା କରାଇ ଗୋସେବା, ଜୀର୍ଣ୍ଣ ମନ୍ଦିର ସୁରକ୍ଷା ଓ ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଗଲା। ଶେଷରେ**”*ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *