ଗୁରୁ ଶିଷ୍ୟ ପରମ୍ପରା ଆଲୋଚନା ଚକ୍ର, କର୍ମଶାଳା ଓ ପୂଜ୍ୟ ପୂଜା

ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ପବିତ୍ର ଗୁରୁ ପୂର୍ଣ୍ଣମା ଅବସରରେ ଏକ ସାରସ୍ୱତ ଗୁରୁ ଶିଷ୍ୟ ପରମ୍ପରା ସହିତ ଆଲୋଚନା ଚକ୍ର,କର୍ମଶାଳା ଓ ପୁଜ୍ୟ ପୁଜା ଉତ୍ସବ ପଏଁରୀ ଅନୁଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଲଡୁକିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଚୌଧୁରୀ ବିଭାରଙ୍କ ସଂଯୋଜନାରେ ଜିଲ୍ଲାର କଳା, ନାଟକ, ସଂଗୀତ, ନୃତ୍ୟ ଓ ସଂସ୍କୃତିକୁ ନିଜର ନିଶା ଭାବରେ ଆପଣେଇ ନେଇଥିବା ପ୍ରବୀଣ ବର୍ଷିଆନ ଗୁରୁ ଏବଂ ଶିଷ୍ୟ ମାନଙ୍କୁ ଅନୁଷ୍ଠାନ ତରଫରୁ ଗୁରୁ ଓ ଶିଷ୍ୟ ପୂଜନ କରାଯାଇଥିଲା । ଉଲୁଣ୍ଡା ବ୍ଲକର ମୁଣ୍ଡୋମହୁଲ ଗ୍ରାମର ଗୁରୁ ବିଶ୍ୱାମିତ୍ର କଲତା, ବୌଦ୍ଧ ଜିଲ୍ଲା ସଂଗ୍ରାମପୁର ଗ୍ରାମର ଗୁରୁ ହରେନ୍ଦ୍ର ତରିଆ, ଡୁଂଗୁରିପାଲି ବ୍ଲକର ବଲେନପାଲି ଗ୍ରାମର ଦରବାର କଳାକାର ଗୁରୁ ସଦାନନ୍ଦ ମାଝି, ସୋନପୁର ବ୍ଲକର ଗରତକେଲା ଗ୍ରାମର ଗୁରୁ କର୍ନ୍ଦପ ତାଣ୍ଡିଆ ପ୍ରମୁଖଙ୍କୁ “ତସ୍ମୈଶ୍ରୀ ସମ୍ମାନ-୨୦୨୫” ରେ ସମ୍ମାନୀତ କରାଯାଇଥିଲା । ସେହିପରି ଶ୍ରୀ ଅରୁଣ ମେହେର, ଶ୍ରୀ ବିଘ୍ନରାଜ କର୍ଣ୍ଣ, ଶ୍ରୀ ଚନ୍ଦ୍ରଶେଖର କର୍ମୀ ଓ ଶ୍ରୀ ଶୁକ୍ରୁ ବେହେରା ପ୍ରମୁଖଙ୍କୁ ପ୍ରଥମ ଥର ପାଇଁ “ଶିଷ୍ୟଶ୍ରୀ ସମ୍ମାନ-୨୦୨୫” ମଧ୍ୟ ପ୍ରଦାନ କରାଯାଇଥିଲା । ପ୍ରଥମେ ସଭାପତି ଲଡୁକିଶୋର ମଲ୍ଲିକ ସ୍ୱାଗତ କରିବା ସହିତ କରମାସାନୀ କଳାକାର ଗୁରୁ ମହାଦେବ ବେହେରା ଆବାହନୀ ସଂଗୀତ ପରିବେଷଣ କରିଥିଲେ ।
ଦଣ୍ଡ ସମ୍ରାଟ ରସିକ ସାହୁ ମୁଖ୍ୟ ଅତିଥି, ଦଣ୍ଡ ରତ୍ନ ବିପିନ ଜାଲ, ଅନୁଷ୍ଠାନର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ଓ ଶ୍ରୀ ଅଭିମନ୍ୟୁ କୁଶଳ ସମ୍ମାନୀତ ଅତିଥି ଓ ଅଧ୍ୟାପକ ଶ୍ରୀ ମଦନ ସୁନ୍ଦର ଖେତି ଆଲୋଚକ ଭାବରେ ଉପସ୍ଥିତ ରହି ଏହା ଗୋଟିଏ ନିଆରା ଗୁରୁଶିଷ୍ୟ ପରମ୍ପରା ର ନିଦର୍ଶନ ସହିତ ଉଚ୍ଚ କୋଟିର କାର୍ଯ୍ୟକ୍ରମ ବୋଲି ମତ ବ୍ୟକ୍ତ କରିଥିଲେ । ଦଣ୍ଡ ସମ୍ରାଟ ରସିକ ସାହୁ ଓ ଦଣ୍ଡ ରତ୍ନ ବିପିନ ଜାଲ ଦଣ୍ଡ ଗୀତ ଓ ନାଚ ପରିବେଷଣ କରି ଆୟୋଜିତ ଆଲୋଚନା ଚକ୍ର ସହିତ କର୍ମଶାଳାକୁ ସରସ ସୁନ୍ଦର କରିଥିଲେ । ଅନୁଷ୍ଠାନର ଉପ-ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ନାଏକ ଅତିଥି ପରିଚୟ ପ୍ରଧାନ କରିଥିଲେ ଏବଂ କାର୍ଯ୍ୟକ୍ରମର ଶେଷରେ ସହ ସଂପାଦକ ଶ୍ରୀ ପୃଥିରାଜ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର କେଷାଧ୍ୟକ୍ଷ ସୁଶାନ୍ତ ସାହୁ, ସଦସ୍ୟ ସନ୍ତୋଷ ମିଶ୍ର, ସୌମ୍ୟ ରଂଜନ ସେଠୀ, ଅମିତ ସାହୁ, ରୋହନ ସାହୁ, ଗୋପାଳ ମେହେର ଓ ରାଜେଶ ମିଶ୍ର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଲୋକ କଳାକାର ଅଂଶଗ୍ରହଣ କରିଥିଲେ । କଳାକାର ଗୁରୁ ଭୁଷଣ ଦେହୁରୀ, ଗୁରୁ ଗୋକୁଳ ମାଝି, ଗୁରୁ ନିରାକାର ଦେହୁରୀ, ଗୁରୁ ରମେଶ ପଧାନ, ଗୁରୁ ବୈରାଗୀ ବାଘ, ଗୁରୁ ଶ୍ୟାମ ସୁନ୍ଦର ସୁନା, ବୁଲୁ ବାଘ, ଶିଲନ ଭୋଇ, ମାଧବ ଭୋଇ, ମାନଭଂଜନ ଭୋଇ, ଦାଶରଥି ମହାନନ୍ଦିଆ, ସିଦ୍ଧେଶ୍ଵର ରାଜହଂସ, ମହାଦେବ ବେହେରା, କରୁଣା ବଗର୍ତ୍ତି, ପରିକ୍ଷିତ ବଗର୍ତ୍ତି, କୃତ୍ତିବାସ ବଗର୍ତ୍ତି, ଭଜନ କମ୍ଭାର, ନାରାୟଣ କୁମ୍ଭାର, ସନ ବଘାର, ଶ୍ରୀଧର ପେରା, ସନ୍ତୋଷ ଭୋଇ, ମିତ୍ରଭାନୁ ଦନ୍ତା, ପ୍ରହଲ୍ଲାଦ ଭୋଇନା ଓ ପ୍ରମୁଖ ଗୀତ ଓ ନାଚ ପରିବେଷଣ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..