ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଜୟନ୍ତୀ ରେ ସମ୍ବଲପୁରୀ ଦିନ ପାଳିତ

ସୁବର୍ଣ୍ଣପୁର: ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଳଜୀ ତମଶ୍ଵା ଯୋଗାଳୟ ମଧ୍ୟରେ ଯୋଗାଳୟର ସଭାପତି ହରିହର ଶତପଥୀ ଙ୍କ ଅଧ୍ୟକ୍ଷତା ରେ ଅଧ୍ୟକ୍ଷ ଡ଼କ୍ଟର ସନ୍ତୋଷ ପାଢ଼ୀ ଙ୍କ ଉପସ୍ଥାପନାରେ ସମ୍ବଲପୁରୀ ଦିନ୍ ପାଳନ ଅବସରରେ ସୋନପୁରର ସଂସ୍କୃତି ଐତିହ୍ୟ ମାଟିର ଜଣେ ପ୍ରବୀଣ ଶିକ୍ଷାବିତ୍ ,ସାହିତ୍ୟିକ, ସମ୍ବଲପୁରୀ ଭାଷା ସାହିତ୍ୟର ଜଣେ ବିଶିଷ୍ଟ ମଙ୍ଗୁଆଲ୍ କବି ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କର ୧୧୨ତମ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଉପସଭାପତି ପ୍ରଦୀପ ପୁରୋହିତ ଏବଂ ସମ୍ପାଦକ ଡ଼କ୍ଟର ଆର୍ତ୍ତତ୍ରାଣ ବାବୁ ସମ୍ବଲପୁରୀ ଦିନ୍ ପାଳନ ଉପରେ ଭାବଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସହ ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ l ସମବେତ ଭାବରେ ସମସ୍ତ ଯୋଗୀଗଣ ଗୁରୁ ସତ୍ୟ ନାରାୟଣ ବହିଦାର ର ଙ୍କ ପ୍ରତି ଭାବଭକ୍ତି ର ସହିତ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଆବୃତ୍ତି କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଯୋଗୀ ବାସୁଦେବ ମିଶ୍ର, ପୂର୍ଣ୍ଣ ଚ଼ନ୍ଦ୍ର ଦାସ, କୃଷ୍ଣ ଚ଼ନ୍ଦ୍ର ପାତ୍ର, ନିରଞ୍ଜନ ତ୍ରିପାଠୀ, ପ୍ରଶାନ୍ତ ସାହୁ, ସରୋଜ ପଟେଇ,କଳା କାହ୍ନୁ ଦାଶ, ସଚ୍ଚିଦାନନ୍ଦ ନାୟକ, ଅମର ଭୁତ, ନରେଶ ଅଗ୍ରୱାଲ, ଦୀନବନ୍ଧୁ ନାଗ, ଶୋଭା ପ୍ରକାଶ ମିଶ୍ରଙ୍କ ସମେତ ସମସ୍ତ ସଦସ୍ୟ ଏଥିରେ ଯୋଗଦାନ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…