November 13, 2025
Home » ଗୁଳିମାଡ଼ରେ ପାଲିଆ ପଞ୍ଚାୟତର ବାସୁଦେବଗୁଡା ଗ୍ରାମର ବିଜେଡି ପଞ୍ଚାୟତ ସଭାପତି ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ

ଗୁଳିମାଡ଼ରେ ପାଲିଆ ପଞ୍ଚାୟତର ବାସୁଦେବଗୁଡା ଗ୍ରାମର ବିଜେଡି ପଞ୍ଚାୟତ ସଭାପତି ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ

0
WhatsApp Image 2024-11-18 at 1.27.15 PM

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ପାଲିଆ ପଞ୍ଚାୟତର ବାସୁଦେବଗୁଡା ଗ୍ରାମର ବିଜେଡି ପଞ୍ଚାୟତ ସଭାପତି ଡମୁନା ଭତ୍ରା(୩୨) ଗୁଳିମାଡ଼ର ଶିକାର ହୋଇଛନ୍ତି । ଘଟଣାଟି ଅଞ୍ଚଳରେ ପ୍ରଥମ ଥର ଦେଖିବାକୁ ମିଳିଥିବା ବେଳେ କାରଣ ଅଷ୍ପସ୍ଟ। ମିଳିଥିବା ସୂଚନା ମୁତାବକ ଡମୁନା ରାତିରେ ଘରେ ଖାଇବା ପରେ ତାଙ୍କ ଜମି ନିକଟରେ ଅପେକ୍ଷା କରିଥିବା ତାଙ୍କ ସାଙ୍ଗକୁ ଡାକିବା ପାଇଁ ଯାଉଥିଲେ। ସେହି ସମୟରେ ମଦ୍ୟପ କପୁର ଭତ୍ରା ନାମକ ଜଣେ ଯୁବକ ଦେଶୀ ବନ୍ଧୁକରେ ଡମୁନାକୁ ଗୁଳି କରିବା ଫଳରେ ଡାହଣ କାନ୍ଧରେ ଲାଗିଥିଲା। ତୁରନ୍ତ ପାଖରେ ଥିବା ଲୋକେ ତାଙ୍କୁ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରି ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାୟଳକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଝରିଗାଁ ପୋଲିସ ଘଟଣାସ୍ଥଳରୁ କପୁରକୁ କାବୁ କରି ନେଇ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ଉକ୍ତ ମାମଲାରେ କୌଣସି କେସ ରୁଜୁ ହୋଇନଥିବା ଜଣାପଡିଛି ।

ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *