July 27, 2025
Home » ଗୋଚର ଜମି ଜବର ଦଖଲ ଉଚ୍ଛେଦ ଦାବି ରେ ତହସିଲ କାର୍ଯ୍ୟାଳୟ ଘେରାଉ

ଗୋଚର ଜମି ଜବର ଦଖଲ ଉଚ୍ଛେଦ ଦାବି ରେ ତହସିଲ କାର୍ଯ୍ୟାଳୟ ଘେରାଉ

0
WhatsApp Image 2025-05-29 at 5.10.56 PM

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ରେ ଜମି ଦୁର୍ନୀତି, ସରକାରୀ ଜମି ମୁଷ୍ଟି ମେୟ ଲୋକଙ୍କୁ ପ୍ରଦାନ, ମୃତ ଲୋକଙ୍କୁ ଜୀବିତ କହି ଜମି ବିକ୍ରି, ବେଆଇନ ଭାବେ ବିଭିନ୍ନ ଅନୁଷ୍ଠାନ କୁ ପ୍ରଦାନ ହେଉଥିବା ନେଇ ବାରମ୍ବାର ଖବର ର ଶିରୋନାମ ପାଲଟିଥିଲା ବେଳେ ଗୋଚର ଜମି ଜବରଦଖଲ ଉଚ୍ଛେଦ ନେଇ ବୁଧବାର ଦିନ ବାଗବର ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ଘେରାଉ କରି ଥିବା ଦେଖାଯାଇଛି l ପ୍ରାପ୍ତ ସୂଚନା ଅନୁସାରେ ବୀରମହାରାଜପୁର ବ୍ଲକ ବାଗବର ଗାଁ ରେ ଥିବା ସରକାରୀ ଗୋଚର ଜମିରୁ ପ୍ରାୟ ୧୦ ଏକର ରୁ ଉର୍ଦ୍ଧ୍ୱ ଗୋଚର ଜମି କୁ ଗାଁ ର କିଛି ମୁଷ୍ଟିମେୟ ଲୋକ ଯୋର ଜବରଦସ୍ତ କବଜା କରି ସେଠାରେ ଚାଷ ଜମି ପ୍ରସ୍ତୁତ କରୁଥିବା ବେଳେ ଗ୍ରାମବାସୀ ବିରୋଧ କରିଥିଲେ କିନ୍ତୁ ସେମାନେ କ୍ଷାନ୍ତ ରହିବା ପରିବର୍ତ୍ତେ ଅଧିକ ଜମି ଜବରଦଖଲ କରି ଚାଲିଲେ l ପୂର୍ବ ରୁ ଏ ନେଇ ଅନେକ ଥର ତହସିଲ ପ୍ରଶାସନ୍ ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତତ୍କାଳୀନ ସରକାର ସମୟ ରେ ଦଳୀୟ ନେତାଙ୍କ ଚାପ ରେ ପ୍ରଶାସନ କେବଳ ଏକ ଏନକ୍ଲୋଜମେଣ୍ଟ କେସ କରି ନିରବ ରହିଥିଲେ l

ଫଳ ରେ ଜବରଦଖଲ କରି ବେଧଡକ ଭାବେ ଗୋଚର ଜମି କୁ ଅକ୍ତିଆର କରିଥିଲେ l ବୁଧବାର ବାଗବର ଗାଁ ର ଶତାଧିକ ଲୋକ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ ଘେରାଉ କରି ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ କରିବା ସହିତ ଯଦି ଆଗାମୀ ସପ୍ତାହ ମଧ୍ୟରେ ଗାଁ ଗୋଚର ଜମି ରୁ ଜବରଦଖଲ ହଟା ନ ଯାଏ ତେବେ ଆଗାମୀ ଦିନ ରେ ତହସିଲ କାର୍ଯ୍ୟାଳୟ ରେ କାମ ଅଚଳ କରିବା ସହିତ ରାଜରାସ୍ତା କୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ l ଏ ନେଇ ବୀରମହାରାଜପୁର ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀ ଗତ ବର୍ଷ ଆମେ ଅଭିଯୋଗ ଅନୁସାରେ ସେଠାରୁ ଜବର ଦଖଲ ହଟା ଯାଇଥିଲା ପୁଣି ସେମାନେ ଜବର ଦଖଲ କରିଛନ୍ତି ଆମେ ସରକାରୀ ନିୟମ ଅନୁସାରେ ଉକ୍ତ ଜମିକୁ ଜବରଦଖଲ ମୁକ୍ତ କରିବା ସହିତ ଆଗକୁ କିପରି ଜବରଦଖଲ ନ ହେବ ସେ ବ୍ୟବସ୍ଥା କରାଯିବ ବୋଲି କହିଥିଲେ l ସୂଚନା ଥାଉ କି ବିଭିନ୍ନ ସରକାରୀ ଜମି, ଗୋଚର ଜମି ସବୁ ଜବରଦଖଲ ସହିତ ବିଭିନ୍ନ ପ୍ରକାର ସରକାରୀ ବେସରକାରୀ ଦଖଲ ଯୋଗୁଁ ଗୃହପାଳିତ ଚାରଣ କରିବାକୁ ସ୍ଥାନ ଅଭାବ ରୁ ଗୃହପାଳତ ପଶୁ ଲୋପ ପାଇବାକୁ ବସିଲାଣି l ତୁରନ୍ତ ତହସିଲ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *