ଗୋଟିଏ ଦିନରେ କୋରାପୁଟ ଜିଲ୍ଲାରେ ପୃଥକ ପୃଥକ୍ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ,୨୨ ଆହତ
କୋରାପୁଟ ଜିଲ୍ଲାରେ ପୃଥକ ପୃଥକ୍ ସଡ଼କ ଦୁର୍ଘଟଣାରେ ବୁଧବାର ଗୋଟିଏ ଦିନରେ ଜଣେ ମୃତ୍ୟୁ,୨୨ ଆହତ ହୋଇଛନ୍ତି।ସେମିଳିଗୁଡାର ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସମ୍ମୁଖରେ ଏନହେଚ ୨୬ ସଦକରେ ସକାଳ ୯ଟା ସମୟରେ ଏକ ମଟର ସାଇକେଲ ଦ୍ରୁତ ଗତିରେ ଯାଇ ଗୋଟିଏ ମାରୁତି ଆଲ୍ଟୋ କାରକୁ ଧକା ଦେଇ ଟ୍ରକ ସହିତ ପିଟି ହୋଇ ଟ୍ରକର ପଛ ଚକାରେ ପଡ଼ିଯିବା ଫଳରେ ବିଶ୍ୱରଂଜନ ମଣ୍ଡଳ ନାୟକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଇଥିବା ବେଳେ ପରିବାର ସଦସ୍ୟଙ୍କୁ ଜଣାଇଛି । ତାପରେ ଯାତାୟତକୁ ସ୍ୱାଭାବିକ କରିଥିଲା ପୋଲିସ।
ସେହିପରି ଏକ ଯାତ୍ରୀବାହୀ ବସଟି ରାୟଗଡ଼ାରୁ କୋରାପୁଟ ଅଭିମୁଖେ ଯାଉଥିବା ବେଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଡୁମୁରିପଦର୍ ବ୍ରିଜ ନିକଟରେ ବିପରୀତ ଦିଗରୁ ଜେକେ ପେପର ମିଲକୁ କାଠ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ବସରେ ଥିବା ୨୨ଜଣା ଯାତ୍ରୀଙ୍କ ଆଘାତ ହୋଇଥିବା ବେଳେ ଟ୍ରକ ଚାଳକ ଚାପି ହୋଇଥିଲେ। ୧୦୮ ଆମ୍ବୁଲାନ୍ସ ଓ ଲକ୍ଷ୍ମୀ ବସ ଯୋଗେ ଆହତମାନଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ୨୨ମଧ୍ୟରୁ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଯୋଗୁଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ସହ ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁଙ୍କ ପୁଲିସ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ସାରିଥିଲେ।
ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ