February 6, 2025
Home » ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୨୪ ଉପଲକ୍ଷେ ମିନି ମାରାଥନ ଅନୁଷ୍ଠିତ

ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୨୪ ଉପଲକ୍ଷେ ମିନି ମାରାଥନ ଅନୁଷ୍ଠିତ

0

କେନ୍ଦୁଝର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୪ ନିମନ୍ତେ କେନ୍ଦୁଝର ଚଳଚଞ୍ଚଳ ହୋଇ ଉଠିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବାକୁ ଥିବା ଏହି କଳା ସଂସ୍କୃତିର ମହାକୁମ୍ଭ ଲୋକଙ୍କ ମନୋରଞ୍ଜନ ସହିତ ଆମ କଳା ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରିବାରେ ସହାୟକ ହେବ । ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ମିନି ମାରାଥନ ଓ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ସବୁଜ ପତାକା ପ୍ରଦର୍ଶନ କରି ଏହାର ଶୁଭାରମ୍ଭ କରିଥିଲେ । ସକାଳ ୭:୩୦ ଘଟିକାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହେଇଥିବା ଏହି ମିନି ମାରାଥନ ମଣ୍ଡୁଆ ଯାଏଁ ଯାଇ ପୁନର୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଆସିଥିଲା । ଏଥିରେ ଅନେକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସାଧାରଣ ଜନତା, ପ୍ରଶାସନିକ ଅଧିକାରୀ ଓ ସାମ୍ବାଦିକ ଉପସ୍ଥିତ ଥିଲେ ।

ଯୋଡ଼ା ଇପିଏ ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *