ଗୋପପୁର ଠାରେ ସନ୍ଥକବି ଭୀମ ଭୋଇଙ୍କ ଜନ୍ମସ୍ଥାନ ବୋଲି ପ୍ରମାଣୀତ କଲେ ମହିମା ଧର୍ମ ସନ୍ଥ ବୀରେନ୍ଦ୍ର ବାବା

l
ସୁବର୍ଣ୍ଣପୁର –ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତ କେଳାକଟା ଗୋପପୁର ଠାରେ ବକଳଧାରୀ ସାଧୁ ବୀରେନ୍ଦ୍ର ବାବା ଓ ସାଧୁ କୁଳଧର ଦାସ, ଭକ୍ତ ବିରଞ୍ଚି ସାହୁ ଓ 20ରୁ ଅଧିକ ଶିଷ୍ୟଙ୍କ ସହିତ ଭୀମଭୋଇଙ୍କ ଜ୍ଞାନ ପୀଠ ବଳାସିଙ୍ଗା ମହୁଲ ମୂଳ ମହିମା ଆଶ୍ରମରୁ ପାଦରେ ଚାଲି ଚାଲି ଆଜି ସକାଳେ ବୌଦ୍ଧ ରୁ କେଳାକଟା ଗୋପପୁର ଆଗମନ କରି ସନ୍ଥ କବି ଭୀମ ଭୋଇଙ୍କ ମାମୁଁଘର ଠାରେ ଏକ ବ୍ରହ୍ମ ଯଜ୍ଞ ଆୟୋଜନ ସହିତ ବ୍ରହ୍ମ କଥା ଅବଧୂତ ବୀରେନ୍ଦ୍ର ବାବା, ଅବଧୂତ କୁଳଧର ବାବା,ସାଧୁ ନିରଞ୍ଜନ ଦାସ,ସନ୍ଥ କବିଙ୍କ ଜନ୍ମ ସ୍ଥାନକୁ ପ୍ରମାଣୀତ କରି ଦୃଢ଼ତାର ସହିତ ଉପସ୍ଥାପନା କରିଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ସଂସ୍କୃତି ଓ କଳା ପରିଷଦ ଓଡିଶାର ରାଜ୍ୟ ଅଧ୍ୟକ୍ଷ ଲଷ୍ମୀଧର ସାହୁ, ମାହେଶ୍ୱରୀ ଗୋଶାଳା ଉପଦେଷ୍ଟା ଶରତ ପ୍ରଧାନ,ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼, ସମ୍ପାଦକ କୃତ୍ତିବାସ ପଲିଆ ଯୋଗ ଦେଇ ଆସନ୍ତା ବୈଶାଖ ପୁର୍ଣିମାରେ ଭୀମଭୋଇଙ୍କ ଜନ୍ନ ଜୟନ୍ତୀ ପାଳନ ନିମନ୍ତେ କେଳାକଟା, ଗୋପପୁର ଗ୍ରାମ୍ୟ କମିଟିଙ୍କ ସହଯୋଗ କ୍ରମେ, ମହିମା ବିକାଶ ପରିଷଦ, ବଳାସିଙ୍ଗା, ସଂସ୍କୃତି ଓ କଳା ପରିଷଦ, ଓଡିଶା, ସିଦ୍ଧାର୍ଥ ସାହିତ୍ୟ ସଂସଦ, ବୌଦ୍ଧ ମିଳିତ ଆୟୋଜନରେ ପ୍ରସ୍ତାବ ଗୃହୀତ ହୋଇଥିଲା l ବୌଦ୍ଧ ଜିଲ୍ଲା ପ୍ରଶାସନ,ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଆର୍ଥିକ ସହାୟତାରେ ସନ୍ଥ କବିଙ୍କ ଜନ୍ମସ୍ଥାନର ଭିତ୍ତିଭୂମି ବିକାଶ ସହିତ ଭୀମ ଭୋଇ ସ୍ମୃତି ସଂସଦ ଗୃହ ନିର୍ମାଣ, ଭୀମ ଭୋଇ ଗୋ ଅଭୟାରଣ୍ୟ ସ୍ଥାପନ, ପ୍ରତ୍ୟେକ ବର୍ଷ ରାଜ୍ୟ ସ୍ତରୀୟ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ଅର୍ଥ ଯୋଗାଇ ଦେବା ସହିତ ଭୀମ ଭୋଇଙ୍କ ଜନ୍ମ ସ୍ଥାନକୁ ସରକାରୀ ସ୍ତରରେ ମାନ୍ୟତା ଦେବା ସହିତ ଭୀମଭୋଇ ସାହିତ୍ୟ ସଂସ୍କୃତି କୁ ଜାଣିବା ପାଇଁ ଗବେଷଣାଗାର ସ୍ଥାପନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କେଳାକଟା ଓ ଗୋପପୁର ଗ୍ରାମବାସୀଙ୍କ ସମେତ ଶୁମନ୍ତ ମେହେର, ସୁରଥ ମେହେର, ଚିତ୍ତରଞ୍ଜନ ପ୍ରଧାନ, ଧରଣୀ ପ୍ରଧାନ, ନାରାୟଣ ନାଏକ, ଅଖିଳ ପ୍ରଧାନ, ଶୁଭେନ ପାତ୍ର, ଗୋବିନ୍ଦ ମେହେର, ବିଭୁତି ଭୂଷଣ ମହାକୁଡ଼, ଗୋବର୍ଦ୍ଦନ କର୍ଣ୍ଣ ପ୍ରମୁଖ ଆୟୋଜନରେ ସହାୟତା କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର