August 27, 2025
Home » ଗୋପବନ୍ଧୁ ଚୌଧରୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ

ଗୋପବନ୍ଧୁ ଚୌଧରୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ

0
WhatsApp Image 2025-04-30 at 12.09.18 AM

ଜଗତସିଂହପୁର,: ଜିଲ୍ଲା ପ୍ରଶାସନ ଓ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ଚୌଧୁରୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଖେରସ ଛକ ଏବଂ ବଙ୍ଗଳା ଛକ ରେ ଥିବା ଗୋପବନ୍ଧୁ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଅବସର ରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ, ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ପୌର ପରିଷଦ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସେହି ମହାନ ଆତ୍ମା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *