May 9, 2025
Home » ଗୋବିନ୍ଦପୁର ଗାଁ ର ମୁଖ୍ୟରାସ୍ତା ବିପର୍ଯ୍ୟସ୍ତ, (ସରପଞ୍ଚ ପ୍ରତିନିଧି କହିଲେ ଏଣିକି ଜେ ଇ. ବିଡ଼ିଓ ବୁଝିବେ )

ଗୋବିନ୍ଦପୁର ଗାଁ ର ମୁଖ୍ୟରାସ୍ତା ବିପର୍ଯ୍ୟସ୍ତ, (ସରପଞ୍ଚ ପ୍ରତିନିଧି କହିଲେ ଏଣିକି ଜେ ଇ. ବିଡ଼ିଓ ବୁଝିବେ )

0
WhatsApp Image 2024-08-08 at 6.16.16 PM

ତିର୍ତୋଲ : ବିଜେଡି ଶାସନର ଦୁଇ ଦଶନ୍ଧି ପରେ ବି ଆଜି ପର୍ଯ୍ୟନ୍ତ ସୁଧୁରି ପାରୁନି କେତୋଟି ଗାଁ ରାସ୍ତାର ମୁଖ୍ୟ ରାସ୍ତା।ଟିକିଏ ବର୍ଷା ହେଲେ ଗାଁ ଦାଣ୍ଡରେ ଜମୁଛି ପାଣି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ। ତିର୍ତ୍ତୋଲ ବଜାର କୁ ସଂଯୋଗ କରୁଥିବା ଗୋବିନ୍ଦପୁର ଗ୍ରାମର ମୁଖ୍ୟ ରାସ୍ତା ର ମଧ୍ୟଭାଗ ନୀଚ ଥିବାରୁ ପ୍ରତ୍ୟେକ ବର୍ଷ ବର୍ଷାଦିନେ ପାଣି ଜମିବା ସହିତ ଲୋକମାନେ ନାହିଁ ନଥିବା ର ହଇରାଣ ହେଉଛନ୍ତି। ଖାଲି ଗ୍ରାମବାସୀ ନୁହଁନ୍ତି ସେଇ ବାଟଦେଇ ତିର୍ତ୍ତୋଲ ବଜାର,ସ୍କୁଲ ଓ କଲେଜ ଯାଉଥିବା ଛାତ୍ର ଛାତ୍ରୀମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଏସବୁ ଅସୁବିଧା ପାଇଁ ତିର୍ତ୍ତୋଲ ବ୍ଲକ ଉନ୍ନୟନ ଅଧିକାରୀ ଙ୍କୁ ଜଣାଇବା ପରେ ତାଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ସେହି ସ୍ଥାନରେ ଡଷ୍ଟ ପକେଇ ସମତୁଲ କରି ଦେଇ ଥିଲେ ଗାଦିମଟର ଯିବା ଦ୍ୱାରା ପୁନଃ ଚଳିତ ବର୍ଷ ରାସ୍ତାରେ ପାଣି ଜମିବା ସମସ୍ୟା ଦେଖା ଦେଇଛି ।ତେବେ ଯଥାଶୀଘ୍ର ବିଡ଼ିଓ ଏହି ଘଟଣା ପ୍ରତି ଦୃଷ୍ଟି ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ଯଦି ଏହି ସମସ୍ୟାର ସମାଧାନ ନହୁଏ ଆସନ୍ତା ସମୟରେ ବ୍ଲକ ଘେରାଉ କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି,ଗୋବିନ୍ଦିପୁର ସରପଞ୍ଚ ପ୍ରତିନିଧି କହିଛନ୍ତି ମୋର ଯାହା କରିବା କଥା କରିଛି, ଏଣିକି ତିର୍ତୋଲ ବିଡ଼ିଓ ଓ ଯନ୍ତ୍ରୀ ବୁଝିବେ,

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *