November 20, 2025
Home » ଗୋମାତା ହତ୍ୟାକୁ ନେଇ କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ

ଗୋମାତା ହତ୍ୟାକୁ ନେଇ କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ

0
WhatsApp Image 2025-10-25 at 5.00.22 PM

 

ନୟାଗଡ଼ : ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଗୋମାତା ହତ୍ୟା ବିରୁଦ୍ଧରେ ନୟାଗଡ଼ ଟ୍ରାଫିକ ଗୋଲେଇ ଛକ ଠାରେ ପ୍ରତିବାଦ ବିକ୍ଷୋଭ ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ବାଚନୀ ସଭାରେ ଉପସ୍ଥିତ କର୍ମୀ ମାନଙ୍କ ପାଇଁ ଭୋଜନର ବ୍ୟବସ୍ଥା ହୋଇଥିବାବେଳେ କିଛି ଖାଦ୍ୟ ବଳକା ରହିଯାଇଥିଲା । ସେହି ବଳକା ଖାଦ୍ୟ ଖାଇ ୨୦ ରୁ ଉର୍ଦ୍ଧ୍ୱ ଗୋମାତାଙ୍କ ଅକାଳ ମୃତ୍ୟୁ ପାଇଁ ରାଜ୍ୟରେ ବିଜେପି ସରକାରକୁ ଦାୟୀ କରାଯାଇ ଗୋହତ୍ୟା କାରୀ ବିଜେପି ସରକାରକୁ ସମାଲୋଚନା କରାଯାଇଛି। କଂଗ୍ରେସ କାର୍ଯ୍ୟକର୍ତା ମାନେ ନୟାଗଡ଼ ଟ୍ରାଫିକ ଛକ ଠାରେ ଦୁଇଘଣ୍ଟିଆ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ । ପ୍ରତିବାଦ ସଭାରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଅଂଶଗ୍ରହଣ କରି ବିଜେପି, ଆରଏସଏସ, ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦ ଯେଉଁ ମାନେ ହିନ୍ଦୁ ସନାତନୀ ଧର୍ମର ଠିକାଦାର ବୋଲାଉଛନ୍ତି ,ସେମାନେ ନୂଆପଡା ଗୋହତ୍ୟା ପ୍ରସଙ୍ଗରେ କାହିଁକି ଚୁପ ବୋଲି କଂଗ୍ରେସ ପ୍ରଶ୍ନ କରିଛି l କେବଳ ନିଜସ୍ୱ ପ୍ରଚାର ଉଦ୍ଦେଶ୍ୟ ରଖି ରାସ୍ତାକଡରେ ଲୋକଦେଖାଣିଆ ଭାବେ ଗୋମାତାଙ୍କ ସେବା କରି ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରିବା ଏହି ତଥାକଥିତ ଗୋରକ୍ଷକ ମାନଙ୍କ କାର୍ଯ୍ୟ ବୋଲି ଜିଲ୍ଲା କଂରେସ ସଭାପତି ଶ୍ରୀ ଦାଶ କହିଛନ୍ତି l ଏହି ବିକ୍ଷୋଭ ସଭାରେ ପୂର୍ବ ପିସିସି ସାଧାରଣ ସମ୍ପାଦକ ହୁସେନ ଖାନ, ରଣପୁର ବିଧାୟକ ପ୍ରାର୍ଥୀ ବିଭୂପ୍ରସାଦ ମିଶ୍ର,ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ପୂର୍ଣ୍ଚଚନ୍ଦ୍ର ନାୟକ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ଡିସିସି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଆମଜାଦ ଖାନ, ଯୁବ ନେତା ପୂର୍ଣ୍ଣଚନ୍ଦ୍ର ସାନ୍ତ, ପ୍ରଦେଶ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ବିଶୋଇ, ଯୁବ ଆଇନଜୀବୀ ପୀତବାସ ଖୁଣ୍ଟିଆ, କୂଳେଶ କୁମାର ମହାନ୍ତି, କୃଷ୍ଣ ଚନ୍ଦ୍ର ନାୟକଙ୍କ ସମେତ ବହୁ ଯୁବଛାତ୍ର ମହିଳା କଂଗ୍ରେସ କର୍ମୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରି ରାଜ୍ୟ ବିଜେପି ସରକାର ବିରୁଦ୍ଧରେ ନାରାବାଜି କରିଥିଲେ l

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *