July 5, 2025
Home » ଗୋରୁ ବୋଝେଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ,୫ଗୋରୁ ସମେତ ୩ ଜଣ ବ୍ୟକ୍ତି ଗୁରୁତର

ଗୋରୁ ବୋଝେଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ,୫ଗୋରୁ ସମେତ ୩ ଜଣ ବ୍ୟକ୍ତି ଗୁରୁତର

0
WhatsApp Image 2025-03-26 at 7.07.46 PM

କେନ୍ଦୁଝର, ତା ୨୬/୩- ଘଟଗାଁ ଥାନା ଢ଼େଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ମୁଦ୍ରାବେଡା ଛକ ନିକଟରେ ଭୋର ପାଞ୍ଚଟା ସମୟରେ ଏକ ଗୋରୁ ବୋଝେଇ ବୋଲେରୋ ନମ୍ବର ଓଆର୦୯ଜେ -୪୨୩୫ ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ବୋଲେରୋ ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଉକ୍ତ ବୋଲେରୋ ଗାଡ଼ିରେ ୫ ଟି ଗୋରୁ ଥିବାବେଳେ ତିନିଜଣ ବ୍ୟକ୍ତି ଥିଲେ। ଗୋରୁଙ୍କ ସମେତ ତିନିଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ବୋଲେରୋ ଗାଡିଟି ଢେଙ୍କାନାଳ ପର୍ଜଙ୍ଗରୁ ଗୋରୁ ବୋଝେଇ କରି ରାଇରଙ୍ଗପୁରର ପାନ୍ଧଡ଼ା ଅଭିମୁଖେ ଯାଉଥିଲା। ତେବେ ଉକ୍ତ ଗୋରୁ ଗୁଡିକ ଚୋରାରେ ବେପାରୀ ମାନେ ନେଉଥିଲେ ବୋଲି ଜଣାପଡିଛି। ଘଟଣାସ୍ଥଳରେ ଢିଙ୍କିକୋଟ ପୋଲିସ୍ ପହଂଚି ଗୋରୁ ଗୁଡିକୁ ଉଦ୍ଧାର କରି ମୁଦ୍ରାବେଡା ଗ୍ରାମକୁ ପଶୁ ଡାକ୍ତର ଡାକି ଚିକିତ୍ସିତ କରାଉଛନ୍ତ୍ତି। ବୋଲେରୋ ଗାଡିଟି ଘଟଗାଁ ଥାନାରେ ଅଟକ ଥିବାବେଳେ ଗୁରୁତର ମାନଙ୍କୁ ଘଟଗାଁ ଗୋଷ୍ଠୀ ସ୍ବାସ୍ତ୍ୟ କେନ୍ଦ୍ରରେ ଚିକିତ୍ସିତ କରାଯାଉଛି l ଘଟଗାଁ ପୁଲସ ତଦନ୍ତ ଚାଲୁରଖିଛନ୍ତି l

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *