November 12, 2025
Home » ଗୋଷ୍ଠୀ ଭିତ୍ତିକ ବିକାଶ ଓ ଥଇଥାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଗୋଷ୍ଠୀ ଭିତ୍ତିକ ବିକାଶ ଓ ଥଇଥାନ କାର୍ଯ୍ୟକ୍ରମର ଶୁଭାରମ୍ଭ

0
WhatsApp Image 2025-08-02 at 3.38.50 PM

ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ଏବଂ RARE (ରିସର୍ଚ୍ଚ ଏକାଡେମୀ ଫର୍ ରୁରାଲ ଏନରିଚମେଣ୍ଟ)ର ସହଭାଗୀତାରେ ସୁବର୍ଣ୍ଣପୁର ଜିଲ୍ଲାରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଗୋଷ୍ଠୀ ଭିତ୍ତିକ ବିକାଶ ଓ ଥଇଥାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପଦକ୍ଷେପ ଟିପିଡବ୍ଲୁଓଡିଏଲର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (CSR) ବିଭାଗର ଏକ ଅଂଶ ।
ଏହି କାର୍ଯ୍ୟକ୍ରମଟି ସୁବର୍ଣ୍ଣପୁର ଜିଲ୍ଲା ଧୋବାମୁଣ୍ଡା ସ୍ଥିତ ରାରେ (RARE) ସମ୍ମିଳନୀ କକ୍ଷରେ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ଏବଂ କମ୍ପୋଜିଟ୍ ରିଜିଓନାଲ ସେଣ୍ଟର (CRC) ବଲାଙ୍ଗିରର ନିର୍ଦ୍ଦେଶକ, ଉପ-ବିଭାଗୀୟ ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି ଅଧିକାରୀ ଙ୍କ ସମେତ ଅନେକ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । ଭିନ୍ନକ୍ଷମ ହିତାଧିକାରୀ, ସେମାନଙ୍କ ପରିବାର ଏବଂ ଯତ୍ନ ନେଉଥିବା ବ୍ୟକ୍ତିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ବର୍ଷବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ୧୩ଟି ଗ୍ରାମ ପଞ୍ଚାୟତର ୧,୦୦୦ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବା । ଏହାର ମୁଖ୍ୟ ଲକ୍ଷ୍ୟ ହେବ ଭିନ୍ନକ୍ଷମ ବ୍ୟକ୍ତି (PwDs) ଙ୍କ ସଶକ୍ତିକରଣ ।
ପ୍ରକାଶଥାଉ କି, ଆବଶ୍ୟକତା ଆଧାରିତ ଥଇଥାନ ବ୍ୟବସ୍ଥା, ବୃତ୍ତିଗତ ତାଲିମ ଏବଂ ଶିକ୍ଷାଗତ ସହାୟତା, ହିତାଧିକାରୀ ଏବଂ ପରିବାର ପାଇଁ ପରାମର୍ଶ ସେବା, ସ୍ଥାନୀୟ ସ୍ୱାସ୍ଥ୍ୟସେବା କର୍ମୀ, ଶିକ୍ଷକ ଏବଂ ସ୍ୱେଚ୍ଛାସେବକମାନଙ୍କୁ ଅକ୍ଷମତା ସଚେତନତା ଉପରେ ତାଲିମ, ସରକାରୀ ଯୋଜନା ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶ କାର୍ଯ୍ୟକ୍ରମଗୁଡ଼ିକର ପ୍ରବେଶକୁ ପ୍ରୋତ୍ସାହିତ କରିବା, ନିୟମିତ ଫିଜିଓଥେରାପି, ବୃତ୍ତିଗତ ଚିକିତ୍ସା ଏବଂ ସ୍ପିଚ୍ ଥେରାପି ପ୍ରଦାନ କରିବା ଆଦି ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ।
କାର୍ଯ୍ୟକ୍ରମର ଉଦଘାଟନୀ ଅବସରରେ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତିନି ଜଣ ହିତାଧିକାରୀଙ୍କୁ ତିନୋଟି ହ୍ୱିଲଚେୟାର ପ୍ରଦାନ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *