February 24, 2026
Home » ଗୋ- ଚାଲାଣ ରୋକିବାରେ ପୁଲିସ ର ନିଷ୍କ୍ରିୟତା ଅଭିଯୋଗ, ଥାନା ଘେରାଉ କଲେ ସ୍ଥାନୀୟ ଯୁବକ l

ଗୋ- ଚାଲାଣ ରୋକିବାରେ ପୁଲିସ ର ନିଷ୍କ୍ରିୟତା ଅଭିଯୋଗ, ଥାନା ଘେରାଉ କଲେ ସ୍ଥାନୀୟ ଯୁବକ l

0
WhatsApp Image 2024-09-23 at 9.28.37 AM

 

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଞ୍ଚଳ ଦେଇ ଗୋରୁ ଚାଲାଣ ରୋକିବାରେ ପୁଲିସ ର ନିଷ୍କ୍ରିୟତା ଅଭିଯୋଗ ରେ ସ୍ଥାନୀୟ ଯୁବକ ଙ୍କ ଦ୍ଵାରା ସୁବଳୟା ଥାନା ଘେରାଉ କରିଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁସାରେ ସୁବଳୟା ଥାନା ଅଞ୍ଚଳ ଦେଇ ବେଧଡକ ଭାବରେ ଗୋରୁ ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ସୁବଳୟା ପୁଲିସର ଭୂମିକା କୁ ସ୍ଥାନୀୟ ଯୁବକ ବିରୋଧ କରି ଥାନା ଘେରାଉ କରିବା ସହିତ ଗୋରୁ ଗୁଡ଼ିକ ନେଇ ଫେରାର ମାରିଥିବା ବେଳେ ଗୋରୁ ବେପାରୀ କୁ କିଆକଟା ଥାନା ରେ ଅଟକ ରଖିଥିବା ଓ ଗୋରୁ ଗୁଡ଼ିକ ଅନ୍ୟ ଗାଡ଼ି ସାହାର୍ଯ୍ୟ ରେ ଚାଲାଣ ହୋଇଥିବା ଅଭିଯୋଗ କରିବା ସହ ଉକ୍ତ ଗୋରୁ ଗୁଡ଼ିକ ଫେରେଇ ଆଣିବାକୁ ଯୁବକ ମାନେ ଦାବି କରିଥିଲେ l ଏ ନେଇ ବୀରମହାରାଜପୁର ଉପ ଖଣ୍ଡ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆ ଙ୍କ ସହ ଯୋଗାଯୋଗ କରାଯିବାରୁ ଆମେ ଯେତେବେଳେ ସୂଚନା ପାଇଲୁ ଉକ୍ତ ସ୍ଥାନକୁ ପହଞ୍ଚିବା ପୂର୍ବରୁ ଗାଡ଼ି ଟି ସେଠାରେ ନ ଥିଲା କି ଗୋରୁ ନ ଥିଲେ l ଆମେ ରେଢ଼ାଖୋଲ ଏଡ଼ିପିଓ ଙ୍କୁ କହିବା ପରେ ଗାଡ଼ି କୁ ଗତ ରାତିରେ ରେଢ଼ାଖୋଲ ଥାନା ଅଧିକାରୀ ଅଟକ ରଖିଛନ୍ତି କିନ୍ତୁ ଉକ୍ତ ଗାଡ଼ିଟି ଖାଲି ଗାଡ଼ି ବୋଲି ଜଣାପଡିଛି l ସ୍ଥାନୀୟ ଯୁବକ ଙ୍କ ଅଭିଯୋଗ ଅନୁସାରେ ଆମେ ଗୋରୁ ଗତ ରାତି ଓ ଆଜି ଖୋଜିଛୁ କିନ୍ତୁ କିପରି ଚିହ୍ନଟ ହୋଇପାରିବ ବୋଲି କହିବା ସହ ଆମ ଅଞ୍ଚଳ ରୁ ଗାଡ଼ି ସାହାର୍ଯ୍ୟ ରେ କୌଣସି ଗୋରୁ ଚାଲାଣ ହେଉ ନାହିଁ l ଲୋକ ଯଦି ରାସ୍ତା ରେ ଚଲେଇକି ନେଉଥିବା କିପରି ଜଣାପଡିବ ଏବଂ ଆମ ଉଭୟ ଥାନା ଅଞ୍ଚଳ ରେ ଗାଡ଼ି ରେ ଗୋରୁ ବୋଝେଇ ହୋଇଯାଉ ନାହିଁ ବୋଲି କହିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *