July 28, 2025
Home » ଗ୍ରାମଉତଥାନର ଯୁବ ବିକାଶ କାର୍ଯ୍ୟକ୍ରମ ଦ୍ଵାରା ଦ୍ଵିତୀୟ ମହଲ୍ଲା ସଭା ଆୟୋଜିତ

ଗ୍ରାମଉତଥାନର ଯୁବ ବିକାଶ କାର୍ଯ୍ୟକ୍ରମ ଦ୍ଵାରା ଦ୍ଵିତୀୟ ମହଲ୍ଲା ସଭା ଆୟୋଜିତ

0
WhatsApp Image 2025-07-19 at 2.28.14 PM

ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମଉତଥାନ ଦ୍ଵାରା ଖୁଣ୍ଟୁଲାପାଲି ଠାରେ ଯୁବ ବିକାଶ କାର୍ଯ୍ୟକ୍ରମର ଦ୍ଵିତୀୟ ମହଲ୍ଲା ସଭା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଏକ ବର୍ଷ ହେବ ମାଁ ଉମାଦେବୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ କାଦୋଦର ଠାରେ ଏହି ଯୁବ ବିକାଶ କାର୍ଯ୍ୟକ୍ରମ ଚାଲି ଆସୁଅଛି । ଏହି କାର୍ଯ୍ୟକ୍ରମ The Commutiny Youth Collective, Delhi ର ସହାୟତାରେ କରାଯାଉଅଛି । ଏହି ମହଲ୍ଲା ସଭାକୁ ଯୁବ ବିକାଶ କାର୍ଯ୍ୟକ୍ରମର ପରିଚାଳକ କ୍ଷିରେନ୍ଦ୍ର ରଣା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ମାଁ ଉମାଦେବୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ କାଦୋଦର ର ସଭାପତି ଶ୍ରୀଯୁକ୍ତ ଉତ୍ତର କୁମାର ପାତ୍ର, ମାଁ ଉମାଦେବୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ କାଦୋଦର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଲ୍ଲଭ ପୁରୋହିତ, ଗ୍ରାମଉତଥାନ୍ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରତାପ କୁମାର ପଧାନ, ମାଁ ଉମାଦେବୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ କାଦୋଦର ର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସୁଶାନ୍ତ ଦେହୁରୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୁଣ୍ଟୁଳାପାଲି ଶ୍ରୀମତୀ ଇନ୍ଦିରା ସମର୍ଥା, ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଢୀ, ଅନ୍ୟ ଶିକ୍ଷକ ବୃନ୍ଦ, ୱାର୍ଡ ମେମ୍ବର ଯୁଷ୍ମନ୍ତ ପଧାନ, ସିଆରପି, ଅଙ୍ଗନବାଡି ଓ ଆଶା ଦିଦି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥି, ଯୁବକ ଯୁବତୀ, ଆଶା, ୱାର୍ଡ ମେମ୍ବର ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମିଶି ଗ୍ରାମର ସମସ୍ତ ଗଳିକନ୍ଦି ବୁଲି “ନାରୀ ସଶକ୍ତିକରଣ” ସଚେତନ କାର୍ଯ୍ଯକ୍ରମ କରିଥିଲେ । ତାପରେ ସୀମାରାଣୀ ଓ ସାଥି ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ । ତାପରେ ଅତିଥିମାନେ, ଗ୍ରାମବାସୀ, ଯୁବଗୋଷ୍ଠୀ, ଅଭିଭାବକ ଓ ଅଭିଭାବିକାମାନେ ଝିଅ ମାନଙ୍କୁ ପାଠ ପଢାଇବା, ନାରୀ କିପରି ସଶକ୍ତ ହେବ ଓ ସମସ୍ଯାର ସମାଧାନ ବିଷୟରେ ଆଲୋଚନା କରାଯାଇଥିଲା। ଝିଅମାନଙ୍କୁ ପାଠ ପଢାଇବା ନାରୀ ସଶକ୍ତିକରଣ ଦୃଷ୍ଟି ଦେବା ବିଷୟରେ ମତବ୍ୟକ୍ତ କରଯାଇଥିଲା । ତାପରେ ସୁରୁନନୀ ପଧାନ, ସୌମ୍ୟାରାଣୀ ମହାକୁର, ସସ୍ମିତା ଜଗଦଲା ଓ ବର୍ଷା ବେହେରାମାଳୀ ଦୀର୍ଘ ଏକ ବର୍ଷ ଏହି କାର୍ଯ୍ୟକ୍ରମରେ ଶିଖିଥିବା ବିଷୟରେ ମତବ୍ୟକ୍ତ ରଖିଥିଲେ । ଶେଷରେ ସୀମାରାଣୀ ପର୍ଡିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଗ୍ରାମଉତଥାନର ସଦସ୍ୟ ରଶ୍ମିତା ପଧାନ ଓ ସୁବଳ ମେହେର ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୪୦ ଜଣ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ ଓ ଖୁଣ୍ଟୁଲାପାଲି ର ସମସ୍ତ ଗ୍ରାମବାସୀ ବୃନ୍ଦ ଯୋଗଦେଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *