ଗ୍ରାମଉତଥାନ ଦ୍ଵାରା ସ୍କ୍ରାଚ କାର୍ଯ୍ୟକ୍ରମ ଉଦଘାଟିତ l

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମଉତଥାନ ଦ୍ଵାରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରତାପପୁର ଠାରେ ସ୍କ୍ର୍lଚ କାର୍ଯ୍ଯକ୍ରମ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ Quest Alliance and Servicenow ର ସହାୟତାରେ କରାଯାଉଅଛି। ଏହି କାର୍ଯ୍ୟକ୍ରମରେ ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ସନ୍ତୋଷିନୀ ନନ୍ଦ, ଗ୍ରାମଉତଥାନ ର ପ୍ରତିଷ୍ଠାତା ପ୍ରତାପ କୁମାର ପ୍ରଧାନ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ସ୍ଵର୍ଣ୍ଣରୂପା ମିଶ୍ର ଓ ବିଦ୍ୟାଳୟ ପରିଚାଳକ, କ୍ଷିରେନ୍ଦ୍ର ରଣା ଛାତ୍ରଛାତ୍ରୀ ମାନଙ୍କର ପାଠପଢା, କମ୍ପ୍ୟୁଟର ଜ୍ଞାନ ଓ ସ୍କ୍ର୍lଚ ବିଷୟରେ ଆଲୋଚନା କରିଥିଲେ ଓ Fundraising associate and communication lead, ସୁବଳ ମେହେର ସହଯୋଗ କରିଥିଲେ । ଏଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଓ ତାଙ୍କର ଅଭିଭାବକ, ଅଭିଭାବିକା ଉପସ୍ଥିତ ଥିଲେ । ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ମହେନ୍ଦ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତାପରେ ସ୍ଵର୍ଣ୍ଣରୂପା ମିଶ୍ର ଓ କ୍ଷିରେନ୍ଦ୍ର ରଣା ଛାତ୍ରଛାତ୍ରୀ ମାନଙ୍କୁ ସ୍କ୍ର୍lଚର ଟୁଳକିଟକୁ କମ୍ପ୍ୟୁଟର ମାଧ୍ୟମରେ ଦେଖାଇଥିଲେ ଓ ସ୍କ୍ର୍lଚ ବିଷୟରେ କହିଥିଲେ। ଏହାଦ୍ବାରା ଛାତ୍ରଛାତ୍ରୀମାନେ ବହୁତ ଖୁସି ହୋଇଥିଲେ । ସେମାନେ କମ୍ପ୍ୟୁଟର ମାଧ୍ୟମରେ ବିଭିନ୍ନ ପ୍ରକାର ପଠନ ଯୋଗ୍ୟ ପରିକଳ୍ପନା ଗୁଡିକ ଶିଖିବାକୁ ମିଳିବ ଜାଣି ଏହି ବିଷୟ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର