ଗ୍ରାମ୍ୟ ଉନ୍ନୟନ ବିଭାଗରେ ନିଯୁକ୍ତିରେ ଚଞ୍ଚକତା ଅଭିଯୋଗ

ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ବିଗତ ଦିନରେ ବିଜ୍ଞାପନZP-MGNREGA 2649,DATED. ୦୧/୦୫/୨୦୨୩.ଅନୁଯାୟୀ ୨୬(ଜଣ) ଗ୍ରାମ୍ୟ ରୋଜଗାର ସେବକ ନିଯୁକ୍ତି ସକାଶେ ନିଯୁକ୍ତି ଇସ୍ତାହାର ଆବେଦନ କରିବା ପାଇଁ ପ୍ରକାଶ ପାଇଥିଲା । ହେଲେ ସଂପୃକ୍ତ ପଦବୀ ଗୁଡିକ ନିମନ୍ତେ ଆଦିବାସୀ ହରିଜନ ଯୁବକ ଯୁବତୀ ଆବେଦନ କରିବା ପାଇଁ ନିର୍ଦ୍ଦେଶନାମା ଜାରି ମଧ୍ୟ ହୋଇଥିଲା । ଏଥିସକାଶେ ବରଗଡ ଜିଲ୍ଲା ର ସମସ୍ତ ବ୍ଲକ ରୁ ଅଧିକାଂଶ ଆଦିବାସୀ ହରିଜନ ଯୁବକ ଯୁବତୀ ମାନେ ଆବେଦନ କରିଥିବା ପ୍ରକାଶ,ପ୍ରାପ୍ତ ସୂଚନା ମତେ ଗ୍ରାମରୋଜଗାର ସେବକ ପଦବି ନିମନ୍ତେ +୨ମାର୍କ କେବଳ ଆଧାର କରି ଯୋଗ୍ୟ ପ୍ରାର୍ଥୀ ପ୍ରାର୍ôଥନୀ ଚି଼ହ୍ନଟ ହେବା କଥା, କିନ୍ତୁ କାହିଁକି ଗ୍ରାମ୍ୟ ଉନ୍ନୟନ ବିଭାଗ ଏ ସବୁ ଦୃଷ୍ଟିରେ ନ ରଖି ଯୋଗ୍ୟ ପ୍ରାର୍ଥୀ ପ୍ରାର୍ôଥନୀ କୁ ଏଥିରୁ ବଞ୍ଚିତ କରି ଅଛନ୍ତି । ଅତି ଦୁର୍ଭାଗ୍ୟ ଜନକ, ଭେଡେନ ବ୍ଲକ ମାନପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ଇଚ୍ଛାପୁର ଗ୍ରାମ ର ଜଣେ ପ୍ରାର୍ôଥନୀ ସଂପୃକ୍ତ ପଦବୀ ନିମନ୍ତେ ଆବେଦନ କରି ଯୋଗ୍ୟ ଥାଇ ମଧ୍ୟ କିପରି ଏଥିରୁ ତାଙ୍କୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ ହୋଇଛି। ତେବେ ଏହି ବିଭାଗରେ ଓ ଲେବୁଲ୍ କମ୍ପ୍ୟୁଟର ପ୍ରମାଣ ପତ୍ର ଥାଇ ମଧ୍ୟ କିଭଳି ସେମାନେ ବଞ୍ଚିତ ହେଲେ ସେ ନେଇ ତଦନ୍ତ କରାଯିବାକୁ ସାଧାରଣରେ ଦାବୀ ହୋଇଛି।
ବରଗଡ ଜିଲ୍ଲା ଇପିଏ ରୁ ଶ୍ରୀ କ୍ଷମାନିଧି ବଣ୍ଡୁକି ଙ୍କ ଇପିଏ ନିଉଜ( ଇଷ୍ଟର୍ଣ୍ଣ ପ୍ରେସ ଏଜେନସୀ)