March 13, 2025
Home » ଗ୍ରୀନ ଏନାଲାଇଜର ମେସିନ ବିରୋଧ ରେ ଆରଏମସି ରେ ବୈଠକ କଲେ ଚାଷୀ ସଂଗଠନ l

ଗ୍ରୀନ ଏନାଲାଇଜର ମେସିନ ବିରୋଧ ରେ ଆରଏମସି ରେ ବୈଠକ କଲେ ଚାଷୀ ସଂଗଠନ l

0

ସୁବର୍ଣ୍ଣପୁର—ସୁବର୍ଣ୍ଣପୁର ଜିଲ୍ଲା ବିନିକା ଆରଏମସି ଠାରେ ଗତ କାଲି ଏନାଲାଇଜର ମେସିନ ବିରୋଧ ରେ ଚାଷୀ ମାନେ ଏକତ୍ରିତ ହୋଇ ବୈଠକ କରିବା ସହିତ ଏନାଲାଇଜର ମେସିନ ରେ ଧାନକିଣା ବନ୍ଦ କରାଯାଉ ବୋଲି ଦାବି କରିଥିଲେ । ଶ୍ରୀ ଗଣେଶ ଆଞ୍ଚଳିକ କୃଷକ ସଂଗଠନ ର ସଭାପତି ଅଜିତ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ବିନିକା ଅଞ୍ଚଳର ସମସ୍ତ ଗ୍ରାମରୁ ଶତାଧିକ ଚାଷୀ ଯୋଗ ଦେଇଥିଲେ । ସରକାର ଙ୍କ ଦ୍ୱାରା ପ୍ରଦତ୍ତ ଗ୍ରୀନ ଏନାଲାଇଜର ମେସିନ ରେ ଧାନ ର ମାନ ନିର୍ଦ୍ଧାରଣ କଲାପରେ ପ୍ରାୟ ସମସ୍ତ ଧାନ ଏଫ.ଏ. କ୍ୟୁ ର ମାନ୍ୟତା ମିଳୁନି l ଚାଷୀମାନେ ଭୟରେ ଟୋକାନ ଥିବା ସତ୍ତ୍ୱେ ମଣ୍ଡିକୁ ଧାନ ଆଣିବାକୁ ଭୟ କରୁଛନ୍ତି l ଅଦ୍ୟାବଧି ବିନିକା ବ୍ଲକ ର ସମସ୍ତ ମଣ୍ଡିରେ ଅଚଳାବସ୍ଥା ଜାରି ରହିଛି l ସଂଗଠନ ପକ୍ଷରୁ ଏଥିଯୋଗୁଁ ଚାଷୀ ମାନସିକ ଚାପ ରେ ଥିବା ସହିତ ଆର୍ଥିକ ସଙ୍କଟ ର ସମ୍ମୁଖୀନ ହେବାକୁ ବସିଲେଣି ବୋଲି ଜିଲ୍ଲାପାଳ ଅନ୍ୟା ଦାଶ ଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଗତ ସୋମବାର ଦିନ ବିନିକା ବ୍ଲକରେ ଜନଶୁଣାଣୀ ଶିବିର ରେ ଜିଲ୍ଲାପାଳ ଉପସ୍ଥିତ ଥିବାରୁ ଶ୍ରୀ ଗଣେଶ କୃଷକ ସଂଗଠନ ର କେତେକ କର୍ମକର୍ତ୍ତା ଯାଇ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କ ରେ ଜଣାଇବା ସହିତ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ତୁରନ୍ତ ଏନାଲାଇଜର ମେସିନ ପରୀକ୍ଷା କରିବାକୁ ବିନିକା ତହସିଲଦାର ସୀତାରାମ ଭୋଇ ଙ୍କୁ ମଣ୍ଡିକୁ ପଠାଇଥିଲେ |
ତହସିଲଦାର ଏବଂ ଚାଷୀ ମାନଙ୍କ ଉପସ୍ଥିତିରେ ଏନାଲାଇଜର ମେସିନ ରେ ୨ ପ୍ରକାର ଧାନର ମାନ ଯାଞ୍ଚ କରାଯାଇଥିଲା । ହେଲେ ମେସିନ ରେ ଉଭୟ ଧାନ ର ମାନ FAQ ବାହାରି ନ ଥିଲା । ପରେ ଉକ୍ତ ରିପୋର୍ଟ କୁ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କରାଯାଇଥିଲା | ଏନାଲାଇଜର ମେସିନ ଧାନ ଚିହ୍ନିବାରେ ଅସମର୍ଥ ହେଉଛି ତେଣୁ ପୁରୁଣା ଗ୍ରେଡେସନ ମେସିନ ରେ ପରୀକ୍ଷା ହୋଇ ଧାନ କିଣାଯାଉ ବୋଲି ଚାଷୀ ମାନେ ଜିଲ୍ଲାପାଳଙ୍କ ପାଖରେ ଦାବି କରିଥିଲେ । ଜିଲ୍ଲାପାଳ ଦିନେ ଦୁଇ ଦିନ ଭିତରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଆଗାମୀ ଦିନରେ ଯଦି ଏହାର କୌଣସି ସମାଧାନ କରାନଯାଏ ପରବର୍ତ୍ତୀ ସମୟ ରେ ଚାଷୀମାନେ ଆନ୍ଦୋଳନlତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *