August 27, 2025
Home » ଗ୍ରୀଷ୍ଣ ପ୍ରବାହ ସ୍ଥିତି ଓ ମୁକାବିଲା ସଂପର୍କରେ ଜିଲ୍ଲାପାଳଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ଗ୍ରୀଷ୍ଣ ପ୍ରବାହ ସ୍ଥିତି ଓ ମୁକାବିଲା ସଂପର୍କରେ ଜିଲ୍ଲାପାଳଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

0
WhatsApp Image 2025-03-30 at 8.46.22 AM (1)

ଭୁବନେଶ୍ବର: ସଂପ୍ରତି ଚଳିତ ଗ୍ରୀଷ୍ମ ଋତୁରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖ୍ କିପରି ପ୍ରସ୍ତୁତି କରାଯାଇଛି ଓ ଏହା ଜାରି ରହିଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ଲୋକସେବାଭବନରେ ଅନୁଷ୍ଠିତ ଏକ ବୈଠକରେ ବୈଠ ସ୍ଥିତି ସମୀକ୍ଷା କରିଥିଲେ । ୨୦୨୫ ପାଇଁ ଗ୍ରୀଷ୍ମ ପ୍ରବାହର ପ୍ରସ୍ତୁତି, ପ୍ରଶମନ ଏବଂ ପରିଚାଳନା ସମ୍ପର୍କିତ ଅତିରିକ୍ତ ମୁଖ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓରଂଜନ କୁମାର ସିଂ, ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ୱାଇ.ବି.ଖୁରାନିଆଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ବରିଷ୍ଠ ପଦାକାରୀମାନେ ଯୋଗ ଦେଇଥିଲେ ।


ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ ୧୮ ତାରିଖରେ ଅନୁଷ୍ଠିତ ବୈଠକରେ ନିଷ୍ପଭି ଓ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ କି କି ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ସମୀକ୍ଷା କରାଯାଇଥିଲା । ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ସିଂନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ସବିଶେଷ ଉପସ୍ଥାପନ କରିଥିଲେ ।ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଗ୍ରୀଷ୍ମ ମୁକାବିଲା ପାଇଁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି, ତାହାରକାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳେ ନିୟମିତ ତଦାରଖ କରନ୍ତୁ । ବିଭିନ୍ନ ଜିଲ୍ଲାରେ ଜଳର ଉପଲବ୍ଧତା ବିଶେଷ କରି ପାନୀୟ ଜଳର ସ୍ଥିତି କିପରି ରହିଛି, ଯେଉଁଠି ପାନୀୟ ଜଳ ସମସ୍ୟା ରହିଛି, ସେଥ‌ିପାଇଁ କି କି ପଦକ୍ଷେପନିଆଯାଇଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଜିଲ୍ଲାୱାରୀ ସମୀକ୍ଷା କରିଥିଲେ । ପଂଚାୟତ ସ୍ତରରୁ ନିୟନିତ ସୂଚନା ସଂଗ୍ରହ କରିବାକୁ କୁହାଯାଇଛି । ଜିଲ୍ଲାସ୍ତରୀୟ ବିଭିନ୍ନ ଅକାରୀମାନଙ୍କୁ ପଂଚାୟତସ୍ତରରେ ଓ ବ୍ଲକ ସ୍ତରରେ ସ୍ଥିତି ଅନୁଧ୍ୟାନ ଓ ଗ୍ରୀଷ୍ଠ ପ୍ରବାହ ପରିଚାଳନା ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଝାରସୁଗୁଡା ସମ୍ବଲପୁର,ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ଼ ଆଦି ବିଭିନ୍ନ ଜିଲ୍ଲାରେ ପାନୀୟ ପାନୀୟ ଜଳର ସ୍ଥିତି ଏବଂ ଗ୍ରୀଷ୍ମ ମୁକାବିଲା ପରିଚାଳନା ସଂପର୍କରେ ମୁଖ୍ୟ ଶାସନ ସଚିବ ପଚାରି ବୁଝିଥିଲେ । ଗ୍ରୀଷ୍ମ ପ୍ରବାହ ପ୍ରବାହ ମୁକାବିଲା ପାଇଁ ରହିବା ମାର୍ଗଦର୍ଶିକା ବା ଏସଓପିକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । । ଗ୍ରୀଷ୍ଠ ପରିଚାଳନାକୁ ସଫଳତାର ସହିତ ମୁକାବିଲା କରି ଶୂନ ମୃତାହତ ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆ ଆଯାଇଛି ।

ଜିଲ୍ଲା ଆପାତକାଳୀନ ଅକାରୀମାନେ ଜିଲ୍ଲାର ସ୍ଥିତି ସଂପର୍କରେ ନିୟମିତଭାବେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ । ଭାରତୀୟ ପାଣିପାଗ ବିଭାଗ, ଭୁବନେଶ୍ବର ଆଂଚଳିକ କେନ୍ଦ୍ର ନିର୍ଦ୍ଦେଶିକା ମାର୍ଚ୍ଚ ମାସ ସରେ ପାଣିପାଗ ବିଭାଗ ତରଫରୁ କରାଯାଇଥିବା ଗ୍ରୀଷ୍ଠ ପ୍ରବାହ ସଂପ ସଂପର୍କିତ ଆକଳନ, ପ୍ର ନନ, ପ୍ରକୃତ ଅନୁଭୂତ ଆଗାମୀ ଅପ୍ରେଲ ମାସଠାରୁ ଜୁନ ମାସ ପର୍ଯ୍ୟନ୍ତ ଅନୁଭୂତ ହେବାକୁ ଥିବା ଉପକୂଳ କୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଗ୍ରୀଷ୍ଣକାଳୀନ ପାଣିପାଗ ସ୍ଥିତି ସଂପର୍କରେ ସମ୍ଭାବ୍ୟ ସ୍ଥିତି ଉପସ୍ଥାପନ କରିଥ୍ ରିଥିଲେ । ବିଭିନ୍ନ ବିଭାଗ ତରଫରୁ ଜିଲ୍ଲାମାନଙ୍କୁ ଗ୍ରୀଷ୍ମ ପ୍ରଭାବ ମୁକାବିଲା ସଂପର୍କରେ ଏସଓପି ପଠାଯାଇଛି । ତେବେ ରଛି । ତେବେ ରାଜ୍ୟ ରିଲିଫ କିମଶନରଙ୍କ ତରଫରୁ ସମସ୍ତ ଏସଓପିକୁ ଏକାଠି କରି ଏକ ସଂକଳନ ପ୍ରସ୍ତୁତି କରିବା ଏବଂ ଏହା ସମସ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ପଠାଇବା ସହିତ ଗ୍ରୀଷ୍ଣ
ମୁକାବିଲା ସମ୍ପର୍କିତ ସୂଚନା ସରବରାହ ପ୍ରକ୍ରିୟାକୁ ଅକ ସମନ୍ବିତ ଓ ତ୍ବରାନ୍ବିତ ରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଗଣମାଧ୍ଯମ ଜରିଆରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ସମନ୍ବୟରେ ସଂପୃକ୍ତ ବିଭାଗମାନଙ୍କୁ ଆବଶ୍ଯକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *