ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ

ଆଲ୍ଫା ଗୋଟିଂ କ୍ଲବ୍ ଓ ମଡର୍ଣ୍ଣ ୟୁଥ୍ କ୍ଲବର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁସିପି ଇଞ୍ଜିନିୟରିଂ ସ୍କୁଲ୍ ପଡ଼ିଆରେ ଚଳିତ ମାସ ଗତ ୧୦ରୁ ତାରିଖରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଗୁରୁବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି । ଆଲ୍ଫା ସ୍ପୋଟିଂ କ୍ଲବ୍ ସମ୍ପାଦକ ବିଜୟ ଭାସ୍କର ସିଂ ସାମନ୍ତ ଓ ମଡର୍ଣ୍ଣ ୟୁଥ୍ କ୍ଲବ୍ ସମ୍ପାଦକ ଶରତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦଯାପିତ ଉତ୍ସବରେ ଅତିଥି ଭାବେ ଶିଶୁରୋଗ ବିଶେଷଜ୍ଞ ଡା. ଅଶୋକ କୁମାର ନନ୍ଦ, ରାଜ୍ୟ ବାସ୍କେଟ୍ ବଲ୍ ସଂଘ ସମ୍ପାଦକ ଅଶୋକ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ ଦାଶ, ଶିକ୍ଷାବିତ୍ ସତ୍ୟ ନାରାୟଣ ମିଶ୍ର, ସ୍ଥାନୀୟ କର୍ପୋରେଟର ମଳୟ ବିଷୋୟୀ ପ୍ରମୁଖ ଯୋଗଦାନ କରି ପ୍ରଶିକ୍ଷଣ ନେଇଥିବା ଖେଳକୁ ଜାରି ରଖିବା ସହ ଏହାକୁ ଦୈନିକ ଅଭ୍ୟାସ କରି ନିଜ ଜିଲ୍ଲା ରାଜ୍ୟ ଓ ଦେଶ ତଥା ବିଦେଶ ସ୍ତରରେ ଉତ୍ତମ ଖେଳ ପ୍ରଦର୍ଶନ କରି ବିଜୟ ଲାଭ କରିବା ପାଇଁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଭେଟେରାନ୍ କ୍ରୀଡ଼ାବିତ୍ ଅରୁଣ କୁମାର ଦାସ, ହରିଶ୍ଚନ୍ଦ୍ର ପାଢ଼ୀ, ସୁଧାଂଶୁ କୁମାର ସୁବୁଦ୍ଧି, ସୁନିଲ କୁମାର ପୁରୋହିତ, ଜୟରାଜ ପଟ୍ଟନାୟକ ଓ ନିବେଦିତା ପାଢ଼ୀଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯିବା ସହ ସେହିପରି ପ୍ରତ୍ୟେକ କ୍ରୀଡ଼ା ବର୍ଗର ଦୁଇ ଜଣ ଲେଖାଏଁ ଖେଳାଳିଙ୍କୁ ମଧ୍ୟ ଶ୍ରେଷ୍ଠ ଶିବିରର୍ଥୀ ରୂପେ ପୁରସ୍କୃତ କରାଯାଇଥିଲା । ଏହି ଖେଳରେ ସହରର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଉଭୟ ବାଳକ ଓ ବାଳିକା ମାନେ ଯୋଗଦାନ କରି ମୁଖ୍ୟତଃ ୬ଟି ଖେଳ ଯଥା କ୍ରିକେଟ, ଫୁଟବଲ୍, ଆଥ୍ଲେଟିକ୍, ବାସ୍କେଟ୍ବଲ୍, ବକ୍ସିଂ ଓ ଖୋ-ଖୋ ଖେଳର ପ୍ରଶିକ୍ଷଣ ନେଇଥିବା ଆଲ୍ଫା ସ୍ପୋଟିଂ କ୍ଲବ୍ ସମ୍ପାଦକ ବିଜୟ ଭାସ୍କର ସିଂ ସାମନ୍ତ କହିଛନ୍ତି । ଏହି ଉତ୍ସବରେ ସମସ୍ତ ଖେଳର କୋଚ୍, ଟେକ୍ନିଶିଆନ ଓ ଅନ୍ୟ ସହଯୋଗୀ ମାନଙ୍କ ସମେତ ଖେଳାଳି ମାନଙ୍କ ଅଭିଭାବକ ଓ ପିତା ମାତା ମାନେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )