July 16, 2025
Home » ଗ୍ୟାରେଜ  ଆଡରେ ଚାଲୁଥିଲା ନିଶା ବ୍ୟବସାୟ ପୋଲିସ ଚଢ଼ାଉରେ ପରଦାଫାସ

ଗ୍ୟାରେଜ  ଆଡରେ ଚାଲୁଥିଲା ନିଶା ବ୍ୟବସାୟ ପୋଲିସ ଚଢ଼ାଉରେ ପରଦାଫାସ

0
WhatsApp Image 2025-07-14 at 11.34.56 AM

ଯୋଡ଼ା:- କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବନେଇକଳା ର ଏକ ଚାରିଚକିଆ ଯାନ ଗ୍ୟରେଜ୍ ରେ ଯୋଡ଼ା ପୋଲିସ ର ଅଚାନକ ଚଢ଼ାଉ। ସେହି ଗ୍ୟାରେଜ ରେ ଗାଡ଼ି କାମ କରିବା ବାହାନାରେ ନିଶା କାରବାର ଚାଲି ଆସୁଥିଲା, ତେବେ ଆଜି ଅଚାନକ ପୋଲିସ ଦଳ ପହଞ୍ଚି କାରବାର ରେ ସଂପୃକ୍ତ ଯୁବକ ମାନଙ୍କୁ କାବୁ କରି ଥାନାକୁ ନେଇ ଥିଲେ। ତତ୍ ସହିତ ଯେଉଁ ଗାଡ଼ିରେ ପଡ଼ୋଶୀ ଝାଡଖଣ୍ଡ ରାଜ୍ୟରୁ ନିଶା ବେପାରି ମାନେ ନିଷିଦ୍ଧ ସିରୋପ କୋରେକ୍କ ଆଣି ବେପାର କରନ୍ତି। କୋରେକ୍କ ସିରୋପ ବୁହା ହେଉଥିବା ଗାଡ଼ି ଗୁଡ଼ିକ ଓଆର ୦୫ ଏ ଏସ୍ ୦୦୫୩, ଓଡ଼ି ୦୯ ପି ୭୮୪୯ କ୍ସର୍ପିଓ ଏବଂ ଓଡ଼ି ୦୯ କେ ୩୭୦୪ ବୋଲେରୋ ଗାଡ଼ିକୁ ପୋଲିସ ଜବତ୍ କରିଛି।ଏହି ନିଶା କବଳରେ ପଡ଼ି ଯୁବ ସମାଜ ବିପଥଗାମୀ ହେଉଥିବାରୁ ବୁଦ୍ଧିଜୀବୀ ମହଲରେ ତିବ୍ର ଅସନ୍ତୋଷ ଦେଖା ଦେଇଛି।ତେବେ ପୋଲିସ ଏହି ଘଟଣା ରେ  ୬ ଜଣ କୁ ଅଟକ ରଖିବା ସହ  ଏହି ରାକେଟ  ର ମାଷ୍ଟର ମାଇଣ୍ଡ  ଗ୍ୟାଙ୍ଗ କୁ ଧରିବା ପାଇଁ ଛାନ ବିନ ଜାରି ରଖିଛି।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *