January 31, 2026
Home » ଗ୍ୟାରେଣ୍ଟି: ଭିବି- ଜି ରାମ ଜି ଅଧିନିୟମ ୨୦୨୫ ର କାର୍ଯ୍ୟକାରିତା ଉପରେ କର୍ମଶାଳା

ଗ୍ୟାରେଣ୍ଟି: ଭିବି- ଜି ରାମ ଜି ଅଧିନିୟମ ୨୦୨୫ ର କାର୍ଯ୍ୟକାରିତା ଉପରେ କର୍ମଶାଳା

0
WhatsApp Image 2026-01-30 at 5.56.23 PM

 

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଠାରେ ବିକଶିତ ଭାରତ – ରୋଜଗାର ଏବଂ ଆଜିବିକା ମିଶନ ( ଗ୍ରାମୀଣ) ନିମନ୍ତେ ଗ୍ୟାରେଣ୍ଟି: ଭିବି- ଜି ରାମ ଜି ଅଧିନିୟମ ୨୦୨୫ ର କାର୍ଯ୍ୟକାରିତା ଉପରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଭାରତ ସରକାରଙ୍କ ପ୍ରବର୍ତ୍ତିତ ବିକଶିତ ଭାରତ ‘ଜୀ ରାମ ଜୀ’ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଓ ଜନସଚେତନତାକୁ ନେଇ ଓଡିଶା ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମାନ୍ୟବର ବିଭାଗୀୟ ମନ୍ତ୍ରୀ, ରବି ନାରାୟଣ ନାଏକ, ମାନ୍ୟବର ସାଂସଦ, ବଲାଙ୍ଗୀର, ଶ୍ରୀମତୀ ସଂଗୀତା କୁମାରୀ ସିଂହ ଦେଓ ଏହି କର୍ମଶାଳା ରେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ମୁଖ୍ୟ ଉନ୍ନୟନ ଅଧିକାରୀ – ତଥା – ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଉପସ୍ଥିତ ଅତିଥି ମାନଙ୍କ ସହିତ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ । ତାପରେ ଏହି ନୂତନ ଯୋଜନା ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ନିୟମାବଳୀ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇ କହିଥିଲେ ଯେ ଏହି ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ୧୦୦ ଦିନ ପରିବର୍ତ୍ତେ ୧୨୫ ଦିନର ନିଶ୍ଚିତ ଶ୍ରମଭିତ୍ତିକ ନିଯୁକ୍ତି ସହିତ ଗ୍ରାମାଞ୍ଚଳର ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ, ଜଳ ସୁରକ୍ଷା, , ଜୀବିକା ରେ ଉନ୍ନତି, , ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ, ବେରୋଜଗାରୀ ଭତ୍ତା ପାଇଁ ଦୃଢ଼ ପଦକ୍ଷେପ,ଠିକ ସମୟରେ ମଜୁରୀ ପ୍ରଦାନ ଏବଂ ବିଳମ୍ବ ପାଇଁ କ୍ଷତିପୂରଣ, ଗ୍ରାମସଭା ଦ୍ୱାରା ବିକଶିତ ଗ୍ରାମ ପଞ୍ଚାୟତ ଯୋଜନାର ପ୍ରକଳ୍ପ ଚୟନ ଓ ଅନୁମୋଦନ, ସମସ୍ତ ଯୋଜନାର ସମନ୍ଵୟ ସହ ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା ମାଧ୍ୟମରେ ସଶକ୍ତିକରଣ କରାଯିବା ସହିତ କାର୍ଯ୍ୟକାରିତା ର ତଦାରଖ ଓ ପର୍ଯ୍ୟାଲୋଚନା କରିବା ପାଇଁ ଏହି ଯୋଜନା ର ଲକ୍ଷ୍ୟ ରହିଛି ବୋଲି ଉଭୟ ମାନ୍ୟବର ବିଧାୟକ ଓ ମାନ୍ୟବର ସାଂସଦ ତାଙ୍କ ବକ୍ତବ୍ୟରେ କହିଥିଲେ।
ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାଏକ ତାଙ୍କ ଅଭିଭାଷଣରେ ଭିବି – ଜି ରାମ – ଜି ଗ୍ରାମୀଣ ରୋଜଗାର ର ନୂଆ ଗ୍ୟାରେଣ୍ଟି ଯୋଜନା ବିଷୟରେ ଉପସ୍ଥିତ ସମସ୍ତଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଏହି ପରିବର୍ତ୍ତିତ ଯୋଜନାର ତୁଳନାତ୍ମକ ସୁଫଳ ଓ ଲାଭ ଗ୍ରାମାଞ୍ଚଳ ମଜୁରିଆ ପାଇପାରିବେ ସେ ବିଷୟରେ ତାଙ୍କ ଅଭିଭାଷଣରେ ଅବଗତ କରାଇ କହିଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ଶ୍ରୀ ନାଏକ କହିଥିଲେ ଯେ, “ଭିବି-ଜୀ ରାମ ଜୀ” ଯୋଜନା ମାଧ୍ୟମରେ ଗ୍ରାମୀଣ ଅଞ୍ଚଳରେ ମୌଳିକ ସୁବିଧା,ସ୍ୱଚ୍ଛତା, ଜୀବନ ଜୀବିକାରମାନର ଉନ୍ନତି ଏବଂ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟରେ ଏହି ଯୋଜନା ଜନସାଧାରଣଙ୍କ ପାଇଁ ଲାଭକାରୀ ହେବା ବୋଲି ମନ୍ତ୍ରୀ କହିଥିଲେ। ଏହି କର୍ମଶାଳା ରେ ଉପସ୍ଥିତ ଥିବା, ମଜୁରିଆ ମାନଙ୍କ ସହିତ ଏହି ନୂତନ ଯୋଜନା ର ସୁବିଧା ଓ ଲାଭ ବିଷୟରେ ପଚାରି ବୁଝିଥିଲେ ।ଏହି ନୂତନ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ପ୍ରତ୍ୟେକ ଗାଁର ମଜୁରିଆ, ଗ୍ରାମବାସୀ, ମେଟ୍, ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ, ସରପଞ୍ଚ,ଗ୍ରାମ ରୋଜଗାର ସେବକ, ହିସାବ ରକ୍ଷକ ତଥା ଡାଟା ଏଣ୍ଟ୍ରି ଅପରେଟର, ପଞ୍ଚାୟତ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଅନ୍ୟ ପଞ୍ଚାୟତ ପ୍ରତିନିଧିମାନଙ୍କୁ ପର୍ଯ୍ୟାପ୍ତ ତାଲିମ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ଓ ମୁଖ୍ୟ ଉନ୍ନୟନ ଅଧିକାର ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଙ୍କୁ ଏହି କର୍ମଶାଳାରେ ପରାମର୍ଶ ଦେଇଥିଲେ ।ଯୋଜନା ସମ୍ପର୍କିତ ବିଭିନ୍ନ ତଥ୍ୟ ଓ ଲାଭ ସମ୍ପର୍କରେ ଉପସ୍ଥିତ ଲୋକ, ଲୋକ ପ୍ରତିନିଧି, ସରକାରୀ କର୍ମଚାରୀଙ୍କୁ ଅବଗତ କରାଯାଇଥିଲା l
ସରକାରଙ୍କ ଲକ୍ଷ୍ୟ ହେଉଛି ଗ୍ରାମ ସ୍ତରରେ ସଶକ୍ତିକରଣ ମାଧ୍ୟମରେ ଉନ୍ନତ ଓ ସ୍ୱାବଳମ୍ବୀ ଓଡିଶା ଗଠନ କରିବା ବୋଲି ମନ୍ତ୍ରୀ ନାଏକ ଉଲ୍ଲେଖ କରିଥିଲେ। ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରଜ୍ ସାହୁ ଏହି ଯୋଜନାର ସଠିକ କାର୍ଯ୍ୟକାରୀ କରିବା ପାଇଁ ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି ସ୍ତରରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଗୁରୁତ୍ତ୍ଵପୂର୍ଣ୍ଣ ଭୂମିକା ରହିଛି, ତେଣୁ ସଠିକ୍ ଓ ଠିକ୍ ସମୟରେ ସମସ୍ତ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବିଧାୟକ, ବୀରମହାରାଜପୁର ଓ ମାନ୍ୟବର ସାଂସଦ, ବଲାଙ୍ଗୀର ଏହି ଯୋଜନାର ନିୟମ ଓ ନିର୍ଦ୍ଦେଶାବଳୀ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ ତତ୍ ସହିତ ବର୍ଦ୍ଧିତ କର୍ମନିଯୁକ୍ତି ଗ୍ୟାରେଣ୍ଟି, ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ଓ ଦକ୍ଷ ଶାସନକୁ ନେଇ ଏକ ବିକଶିତ ଭାରତର ପରିକଳ୍ପନା ଜୀ ରାମ ଜୀ ଯୋଜନା ର ପ୍ରମୁଖତା ବୋଲି ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି । ଏହି କର୍ମଶାଳାରେ ମାନ୍ୟବର ବୀରମହାରାଜପୁର ବିଧାୟକ, ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁଙ୍କ ସହ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସମେତ ସମିତିର କର୍ମଚାରୀ ଅନ୍ୟ ପଞ୍ଚାୟତ ପ୍ରତିନିଧି ସମସ୍ତ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ହିସାବ ରକ୍ଷକ ତଥା ଡାଟା ଏଣ୍ଟ୍ରି ଅପରେଟର ଗ୍ରାମ ରୋଜଗାର ସେବକ, ଗାଁ ସାଥୀ ଓ ବହୁ ସଂଖ୍ୟକ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ। ଏହି କର୍ମଶାଳା ରେ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *