July 1, 2025
Home » ଗ୍ୟାସ ଟାଙ୍କି ଫାଟି ତିନି ଜଣ ଆହତ ଗୁରୁତର ଅବସ୍ଥାରେ ଅଧିକ ଚିକିତ୍ସା ପାଇଁ ପୋଦଶି ରାଜ୍ୟର ଡାକ୍ତରଖାନାକୁ ସ୍ଥାନାନ୍ତର

ଗ୍ୟାସ ଟାଙ୍କି ଫାଟି ତିନି ଜଣ ଆହତ ଗୁରୁତର ଅବସ୍ଥାରେ ଅଧିକ ଚିକିତ୍ସା ପାଇଁ ପୋଦଶି ରାଜ୍ୟର ଡାକ୍ତରଖାନାକୁ ସ୍ଥାନାନ୍ତର

0
WhatsApp Image 2024-11-15 at 4.23.46 PM (1)

ରାୟଗଡ଼ା ସହରରେ ଥିବା ରଣିଗୁଦ। ଫର୍ମରେ ଗ୍ୟାସ ଟାଙ୍କି ଫାଟି ତିନି ଜଣଙ୍କ ପୋଡିଯାଇଛନ୍ତି। ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ୧୦୮ଏମ୍ବୁଲାନ୍ସରେ ଆଣି ଚିକିତ୍ସା ନିମନ୍ତେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ ଆୟାପ୍ପା ଦୀକ୍ଷା ନେଇ ରାୟଗଡ଼ା ସହର ସ୍ତିତ ରାଣିଗୁଡ଼ା ଫର୍ମ ଠାରେ ଥିବା ଗେସ ଗୋଦାମ ନିକଟସ୍ତ ଥିବା ଏକ ଭଡ଼ା ଘରେ ରହୁଥିଲେ । ସେହି ତିନିଜଣ ହେଲେ ଟି ଶିବା, ଧର୍ମୁ ମିନିଆକା,ଦିନୁ ମିନିଆକା । କୌଣସି କାରଣରୁ ଜଣେ ଗ୍ୟାସ ଲିକ ଥିବା ଟାଙ୍କିକୁ ଲଗାଇବା ବେଳେ ହଠାତ୍ ନିଆ ଲାଗି ଗେସ ଟାଙ୍କି ଫାଟିଯାଇଥିଲା ।

ସେହି ସମୟରେ କବାଟ ବନ୍ଦ ଥିବା ବେଳେ ଦୁଇ ଜଣ ଶୋଇଥିଲେ । ଫଳସ୍ୱରୁପ୍ ଅଧିକ ଭାବେ ନିଆଁରେ ଆକ୍ରାନ୍ତିତ ହୋଇ ଦେହ ପୋଡିଯାଇଥିବା ଜଣାପଡିଛି । ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ପରିମାଣରେ ଦେହ ପୋଡ଼ିଯିବାରୁ ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ବ୍ରହ୍ମପୁର, ଜଣକୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ରିପୋର୍ଟ:ରାୟଗଡ଼ା ଜିଲ୍ଲାରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *