ଘରକୁ ଧକ୍କା ଦେଲା ୧୪ ଚକିଆ ସିମେଣ୍ଟ ବୋଝେଇ ଟ୍ରକ୍।

କେନ୍ଦୁଝର,ତା୪/୫- ସକାଳୁ କେନ୍ଦୁଝରିଆ ଥଣ୍ଡା ପାଗ ଥିଲା ତେଣୁ ଟ୍ରକ୍ ଡ୍ରାଇଭରର ଆଖି ଟିକେ ଲାଗି ଗଲା ଗାଡି ରାସ୍ତାରୁ ଆସି ସିଧା ଜଣକ ଘରେ ପଶିଗଲା। ଏହି ଘଟଣା ଘଟିଛି ଆଜି ସକାଳୁ ପାଟଣା ଥାନା ଅନ୍ତର୍ଗତ ଢେଙ୍କିକୋଟ ପାଟଣା ଜାତୀୟ ରାଜପଥ ନଂ ୨୨୦ର କୁଆପଶି ନିକଟରେ। ସକାଳୁ ଏହି ସିମେଣ୍ଟ ବୋଝେଇ ୧୪ ଚକିଆ ଟ୍ରକ ପାଟଣା ଆଡ଼କୁ ଆସୁଥିଲା। ତେବେ ସକାଳ ହେମାଳିଆ ପାଗ ଡ୍ରାଇଭରକୁ ଆଖି ପକେଇ ଦେବାକୁ ବାଧ୍ୟ କରିବାରୁ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଡ଼ାକ୍ତର ନିର୍ମଳ ମହାନ୍ତଙ୍କ ଘରେ ପଶିଯାଇଥିଲା। ଫଳରେ ପାଚେରୀ ଗେଟ୍ ସହ ଘରର କିଛି ଅଂଶ ଭାଙ୍ଗି ଯାଇଛି। ଦୁର୍ଘଟଣା ଘଟାଇଥିବା ଏହି ଓଡି ୦୫ୟୁ୨୮୧୪ନଂ ଗାଡ଼ି କଟକରୁ ରାଇରଙ୍ଗପୁର ସିମେଣ୍ଟ ନେଇ ଯାଉଥିବା ଜଣାଯାଇଛି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ )ଇଷ୍ଟର୍ନ ପ୍ରେସ