ଘରକୁ ମାଡିଗଲା ଯାତ୍ରୀ ବାହୀ ଘରୋଇ ବସ, ସମସ୍ତ ଯାତ୍ରୀ ସୁରକ୍ଷିତ
ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ନମ୍ବର 57 କଡ଼ରେ ଥିବା ଘରକୁ ଧକ୍କା ଦେଲା ଯାତ୍ରୀବାହୀ ଘରୋଇ ବସ l ବୌଦ୍ଧ ଜିଲ୍ଲା ମନମୁଣ୍ଡା ବାସୁଦେବପାଲି ଠାରେ ଘଟିଛି ଏହି ଦୁର୍ଘଟଣା। ଜୟ ଭୋଲେ ନାମକ ଏକ ଘରୋଇ ଯାତ୍ରୀବାହୀ ବସ( ନମ୍ବର-OD-31J 9099 ) ଦୁର୍ଘଟଣାଗ୍ରସ୍ତ ହୋଇଛି l ଘରୋଇ ବସ ଟି ଯାତ୍ରୀ ଙ୍କୁ ଧରି ଭୁବନେଶ୍ୱର ରୁ ବଲାଙ୍ଗୀର ଆସୁଥିଲା l ପ୍ରାୟ ଭୋର ସମୟ ରେ ଏହି ଦୁର୍ଘଟଣା ଘଟିଛି l ଦୁର୍ଘଟଣା ରେ ବସ ର ସାମନା ପଟ କ୍ଷୟକ୍ଷତି ହୋଇଛି l ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସ୍ ରେ ଥିବା ସମସ୍ତ ଯାତ୍ରୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି l ବସ୍ ରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ସୂଚନା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
