July 6, 2025
Home » ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

0
WhatsApp Image 2025-02-09 at 12.30.15 PM

ଢେଙ୍କାନାଳ ସଦର ଥାନା ବଳଦିଆବନ୍ଧ ପଞ୍ଚାୟତର ପାଇକ ଦହିକୋର ନିକଟରେ ଥିବା ଏକ ଘରୋଇ କଲେଜର ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରି ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ସୂଚନା ମୁତାବକ ରାସୋଳ ଗ୍ରାମର ନିରଞ୍ଜନ ସାହୁଙ୍କ ଝିଅ ସୋମ୍ୟାପ୍ରିୟା ସାହୁ ପାଇକଦହିକୋର ନିକଟରେ ଥିବା ଏକ ଘରୋଇ କଲେଜରେ +୨ ପ୍ରଥମ ବର୍ଷରେ ପାଠ ପଢୁଥିଲେ ।

ସମ୍ପର୍କୀୟଙ୍କ ବାହାଘର ପାଇଁ ଘରକୁ ଯାଇଥିଲେ । ମୃତା ସୋମ୍ୟାଙ୍କ ବାପା ଗୁରୁବାର ଦିନ ଝିଅକୁ କଲେଜରେ ଛାଡି ଘରକୁ ଫେରିଥିଲେ । ହେଲେ ସନ୍ଧ୍ୟାରେ ଘରକୁ ଫୋନ ଆସିଥିଲା ଝିଅ ଅସୁସ୍ଥ ଅଛି ଶୀଘ୍ର ଆସନ୍ତୁ । ଏଥିପାଇଁ ବାପା ପହଞ୍ଚିବାପରେ ଝିଅର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । କଲେଜ କତୃପକ୍ଷ ଝିଅକୁ ମାରିଦେଇ ଟଙ୍ଗେଇ ଦେଇଥିବା ବାପା ଅଭିଯୋଗ କରିଛନ୍ତି ।

କାମାକ୍ଷାନଗର ଇପିଏ ରାଜ କିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *