August 27, 2025
Home » ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ପ୍ରବୀଣ ଖମାରୀଙ୍କ ପରଲୋକ

ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ପ୍ରବୀଣ ଖମାରୀଙ୍କ ପରଲୋକ

0
WhatsApp Image 2025-08-23 at 8.15.05 AM

କଳାହାଣ୍ଡି ଘରୋଇ ବସ ମାଳିକ ସଂଘର ସାଧାରଣ ସଂପାଦକ ପ୍ରବୀଣ ଖମାରୀ (ମୁନା)ଙ୍କ ଶୁକ୍ରବାର ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଶୁକ୍ରବାର ହୃଦଘାତ ଯୋଗୁ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ପରଲୋକ ଖବର ଶୁଣି ଭବାନୀପାଟଣା ସହରରେ ଶୋକର ଛାୟା ଖେଳିଯାଇଛି। ଅନେକ ବ୍ୟକ୍ତି ବିଶେଷ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଭବାନୀପାଟଣା ଭାଗିରଥୀ ଗ୍ରୁପର ଚେୟାରମେନ ତଥା ବିଶିଷ୍ଟ ସାମାଜିକ କର୍ମୀ ପ୍ରମୋଦ ଖମାରୀଙ୍କ ସେ ସାନ ଭାଇ ଅଟନ୍ତି। ଅନ୍ୟପକ୍ଷରେ ସଂପାଦକ ଖମାରୀଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପୂର୍ବକ ଆଜି ଶନିବାର ସକାଳ ୬ ରୁ ରାତ୍ରି ୧୨ ଟା ଯାଏ କଳାହାଣ୍ଡି ଜିଲାରେ ଘରୋଇ ବସ ଚଳାଚଳ ବନ୍ଦ ବନ୍ଦ ରହିବ। ଏହା ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏହି ବନ୍ଦ ନିଷ୍ପତ୍ତି ନିଆଯାଇଛି ବୋଲି କଳାହାଣ୍ଡି ଘରୋଇ ବସ ମାଲିକ ସଂଘର ସଭାପତି ପ୍ରବୋଧ ରଥ ସୂଚନା ଦେଇଛନ୍ତି।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *