May 9, 2025
Home » ଘର କାନ୍ଥ ପଡି 5 ଜଣ ଗୁରୁତର , ଡୁଙ୍ଗୁରିପାଲି ଡ଼ାକ୍ତରଖାନାରେ ଚିକିତ୍ସିତ

ଘର କାନ୍ଥ ପଡି 5 ଜଣ ଗୁରୁତର , ଡୁଙ୍ଗୁରିପାଲି ଡ଼ାକ୍ତରଖାନାରେ ଚିକିତ୍ସିତ

0
WhatsApp Image 2024-08-01 at 11.22.07 AM

ସୁବର୍ଣ୍ଣପୁର:  ଗତକାଲି ବିଳମ୍ବିତ ରାତ୍ରିରେ ଗୋଟିଏ ପରିବାର ଶୋଇଥିବା ବେଳେ ଘର କାନ୍ଥ ଭାଙ୍ଗି ପଡିଯିବାରୁ ପରିବାରର 5 ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି l ଗୁରୁତରଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଚିକିତ୍ସା ପାଇଁ l ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଡାହୁକବୁଡ ଗ୍ରାମର ଗୋଟାଏ ଘର ଭିତରେ ସୁଶୀଲ ପଧାନ, ବାସ୍ତୁରୀ ପଧାନ, ରୀତିକା ପଧାନ, କ୍ରିଷ ପଧାନ, ଅର୍ଣ୍ଣବ ପଧାନ ଶୋଇଥିବା ବେଳେ ଘରର କାନ୍ଥ ଭୁଶୁଡିଯିବାରୁ ଭିତରେ ଶୋଇଥିବା ସମସ୍ତେ ମାଟିରେ ପୋତି ହୋଇଯାଇଥିଲେ l ଗ୍ରାମ ବାସୀ ଓ ଅଗ୍ନିଶମ ବିଭାଗର ସହଯୋଗ ରେ ଉଦ୍ଧାର କରା ଯାଇ ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରା ଯାଇଛି l ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି l

 

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *