ଘର ଭୁଶୁଡି ପଡିବାରୁ ଶାଶୁ ମୃତ, ବୋହୂ ଓ ନାତୁଣୀ ଗୁରୁତର, ମେଡିକାଲ ରେ ଭର୍ତ୍ତି l
ସୁବର୍ଣ୍ଣପୁର – ରାତ୍ରି ରେ ଖାଇସାରି ଶୋଇଥିବା ବେଳେ ହଠାତ୍ ଘର ଭାଙ୍ଗି ଭୁଶୁଡି ଯିବାରୁ ଶାଶୁ ଙ୍କ ମୃତ୍ୟୁ ଘଟିଥିବା ବେଳେ ବୋହୂ ଓ ନାତୁଣୀ ଗୁରୁତର ଆହତ ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ରେଙ୍ଗାଲି ପଞ୍ଚାୟତ ସହରାପାଲି ଗ୍ରାମର ସୁରୁବାଲି ଦୀପ (୬୦) ଓ ତାଙ୍କ ବୋହୂ ବବି ଦୀପ (୨୩) ଓ ୭ ମାସର ନାତୁଣୀ ଘର ସମ୍ମୁଖ ରେ ଶୋଇଥିବା ବେଳେ ଗତ ରାତି ପ୍ରାୟ ସାଢେ ଏଗାର ଟା ସମୟରେ ଘର ଭାଙ୍ଗି ଭୁଶୁଡି ଯିବାରୁ ଘଟଣା ସ୍ଥଳରେ ସୁରୁବାଲିଙ୍କ ମୃତ୍ୟୁ ଘଟିଥିବା ବେଳେ ବୋହୂ ଓ ନାତୁଣୀ ଗୁରୁତର ହୋଇଥିଲେ l ଆଖ ପାଖ ଲୋକେ ତାଙ୍କୁ ଘରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନାଇକେନପାଲି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇଥିଲେ l ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କୁ ସ୍ଥାନାନ୍ତରିତ କରଯାଇଥିଲା l ସେଠାରେ ଡାକ୍ତର ସୁରୁବାଲିକୁ ମୃତ ଘୋଷଣା କରିଥିଲେ l ଶବ ବ୍ୟବଛେଦ ପରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି l ଖଲିଆପାଲି ରାଜସ୍ୱ ନିରୀକ୍ଷକ ଓ ଷ୍ଟାଫ ସ୍ଵର୍ଗତ ସୁରୁବାଲିଙ୍କ ଘରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି l ରେଙ୍ଗାଲି ସରପଞ୍ଚ ପ୍ରଦୀପ ବାଗ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ତାଙ୍କ ପରିବାର କୁ ପ୍ରଦାନ କରିଥିଲେ l ଶବ ନିଜ ଗ୍ରାମ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ସ୍ଥାନୀୟ ସ୍ମଶାନ ଘାଟରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରଯାଇଥିଲା l ତାଙ୍କ ସ୍ଵାମୀ ଲାଲଚାନ୍ଦ ମୁଖlଗ୍ନୀ ଦେଇଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର