July 29, 2025
Home » ଘୋ ଘୋ ରାଣୀ, ଆଣ୍ଠେ ଆଣ୍ଠେ ପାଣି: ମହାଦେବପାଲି ଉ. ପ୍ରା. ବିଦ୍ୟାଳୟ ପାଣି ଘେରରେ

ଘୋ ଘୋ ରାଣୀ, ଆଣ୍ଠେ ଆଣ୍ଠେ ପାଣି: ମହାଦେବପାଲି ଉ. ପ୍ରା. ବିଦ୍ୟାଳୟ ପାଣି ଘେରରେ

0
WhatsApp Image 2025-07-10 at 3.43.38 PM

ସୁବର୍ଣ୍ଣପୁର – ପାଣି ଘେରରେ କୁନି କୁନି ଛାତ୍ର ଛାତ୍ରୀ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ମହାଦେବପାଲି ଉ.ପ୍ରା. ବିଦ୍ୟାଳୟ ପାଣି ଘେରରେ ରହିଛି l ଫଳରେ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଯିବାକୁ ହେଲେ ପାଣି ଭିତରେ ଯିବାକୁ ପଡୁଛି । ପ୍ରକାଶ ଥାଉ କି ଯେ ଉକ୍ତ ବିଦ୍ୟାଳୟ ଟି ସୋନପୁର – ବିନିକା ମୁଖ୍ୟ ରାସ୍ତା କଡ଼ରେ  ଥିବାବେଳେ ବିଦ୍ୟାଳୟ ପାର୍ଶ୍ଵରେ ଶାଖା  କେନାଲ  ମୁଖ୍ୟ ରାସ୍ତା ପାରି ହୋଇ ତଳକୁ ଯାଇଛି  । ନୁତନ ଭାବେ ରାସ୍ତାକାମ  ହୋଇଥିବା ବେଳେ ମାଟି ଶାଖା କେନାଲ ଭିତରେ ପଡିଥିଲା । ବିଭାଗୀୟ  ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅଦ୍ୟାବଧି  ଶାଖା କେନାଲରୁ ମାଟି ହଟାଯାଇ ନାହଁ  ଫଳରେ ସାମାନ୍ୟ ବର୍ଷାରେ ବିଦ୍ୟାଳୟ ରେ ପାଣି ଜମା ହୋଇ ରହୁଛି । ଯଦି ଶାଖା କେନାଲରେ ପାଣି ଆସେ ତାହାହେଲେ ବିଦ୍ୟାଳୟ ପରିସର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବ । ଏନେଇ ଅଭିଭାବକ ମାନେ    ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ନେଇ ନ ଥିବା ଗ୍ରାମବାସୀ ଅଭିଯୋଗ  କରିଛନ୍ତି  । ଅପର ପକ୍ଷେ  ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ  ଥିବାବେଳେ ଦୁଇଟି  ନୂତନ ଶ୍ରେଣୀ କେଠରୀ ରହିଛି ।‌ଫଳରେ ପୂରାତନ ଆଜବେଷ୍ଟର ଘରେ ଛାତ୍ରଛାତ୍ରୀ ବାଧ୍ୟହୋଇ ପଢୁଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ସମସ୍ୟାକୁ  ଦୁଷ୍ଟିରେ ରଖି ବିଭାଗୀୟ ଅଧିକାରୀ ଏଥିପ୍ରତି  ଦୁଷ୍ଟିଦେବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକ ବୃନ୍ଦଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *