ଚଇତାଳି କମିଟି ବୈଠକ ଅନୁଷ୍ଠିତ
ରାୟଗଡ ଲୋକମାହୋତ୍ସବ ଚଇତି -୨୦୨୪ ପାଳନ ଅବସରରେ ମୁଖସାକ୍ଷୀ ଚଇତାଳି ପତ୍ରିକା ପ୍ରକାଶନ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ସ୍ମରଣିକା ଉପସମିତିର ଅଧ୍ୟକ୍ଷ ପ୍ରକଳ୍ପ ପ୍ରଶାସକ, ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ଅଧ୍ୟକ୍ଷ ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଉପଲ୍ଲାପାଳ ତଥା ପିଏ ଆଇଟିଡିଏ ଚଇତାଳି ପ୍ରକାଶନ ଉପରେ ବିସ୍ତୃତ ଭାବରେ କହିଥିଲେ । ଚଇତାଳି ମୁଖ୍ୟ ଚଇତି ଉଦଘାଟନ ଦିବସ ତା. ୨୬/୧୧/୨୪ ରିଖରେ ଉନ୍ମୋଚନ କରାଯିବ । ଯାହାଫଳରେ ଅତିଥି ମାନଙ୍କୁ ପ୍ରତିଦିନ ତାହାର ଉପହାର ସ୍ୱରୂପ ଦିଆଯାଇ ପାରିବ । ଏହି ବୈଠକରେ ସାହିତ୍ୟିକ ସଦସ୍ୟ ମାନଙ୍କୁ ପାଞ୍ଚ ଜଣ ନେଇ ସମ୍ପାଦନା ମଣ୍ଡଳୀ ଗଠନ କରାଯାଇଛି । ପତ୍ରିକା ନିମନ୍ତେ ଆସନ୍ତା ଡିସେମ୍ବର ୧୦ ତାରିଖ ସୁଦ୍ଧା ଲେଖା ଦେଇ ପାରିବେ । ପତ୍ରିକାରେ କୌଣସି ଆପତ୍ତିଜନକ ଲେଖା ପ୍ରକାଶ କରାଯିବ ନହିଁ l ସମ୍ପାଦନା ମଣ୍ଡଳୀରେ ଡ଼ଃ ବାଦଲ କୁମାର ତା, ସାହିତ୍ୟିକ ସୁଶାନ୍ତ ନାୟକ, ଶିକ୍ଷକ ଶ୍ରୀଧର ପୃଷ୍ଟିଙ୍କ ନେଇ ସ୍ଥିର କରାଯାଇଛି । ଏହି ବୈଠକରେ ଅତିରକ୍ତ ଜିଲ୍ଲାଶିକ୍ଷା ଅଧିକରୀ ଭଜନଲାଲ ମାଝୀ, ଜିଲ୍ଲା ସୂଚନା ଓ ଲକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲାସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ,ସାମ୍ବାଦିକ ଯୋଗେଶ ଦାଶ,ସାମ୍ବାଦିକ ଶ୍ୟାମ ଦାଶ, ରବୀନ୍ଦ୍ର ପାଟଖଣ୍ଡlଳ,ଦୀପକ ପୃଷ୍ଟି, ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ମତାମତ ଦେଇଥିଲେ ।