ଚଇତି ୨୦୨୪.ବଡ ଧୁମ ଧାମରେ ହେଲା ଶୁଭାରମ୍ଭ “ସୌରlଲିପି ଉତ୍ପତି ସ୍ଥଳ ଅକ୍ଷର ବ୍ରହ୍ମ ମନ୍ଦିରରୁ ଉଠିଲା ଶୁଭ କଳସ”

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ମରୀଚଗୁଡା ଠାରେ ଚଇତି -୨୦୨୪ ଆଜି ତା. ୮/୧୨/୨୦୨୪ ରିଖରେ ଶୁଭାରମ୍ଭ ହୋଇଯାଇଛି l ମରିଚ଼ଗୁଡ଼ା ଗ୍ରାମରେ ସୌରା ଆଦିବାସୀ ମାନଙ୍କର ଭାଷାର ଉତ୍ପତିସ୍ଥଳ ଓ ମୂଖ୍ୟ ଉପାସନା ପୀଠ ଅକ୍ଷର ଧାମ୍ ମନ୍ଦିରରେ ସ୍ଥାନୀୟ ପୂଜକଙ୍କ ଦ୍ୱାରା ହୋମ ଯଜ୍ଞ ଓ ପୂଜାର୍ଚନା କରାଯାଇଥିଲା l ଏଥିରେ ରାୟଗଡ଼ା ଜିଲ୍ଲାର ୧୧ଗୋଟି ବ୍ଲକକୁ ୧୧ଟି କୋଳସ ସହ ଆଜ୍ଞାମାଳ ଆଣି ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଖିଲାମୁଣ୍ଡା ମାଙ୍କ ପାଖରେ ଏକତ୍ରିତ ହୋଇଥିଲା । ଶୁଭାରମ୍ଭ ଏହି କାର୍ଯ୍ୟକ୍ରମରେ ଏକ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ଖମାପଦର ନାଳରୁ ପୂର୍ଣ୍ଣ ଜଳ ଆଣି କଳସ ଯାତ୍ରା କରାଯାଇଥିଲା ।
ବିଶେଷ କରି ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ନିର୍ଦ୍ଦେଶକ୍ରମେ ଅକ୍ଷରଧାମରୁ ଆଜ୍ଞାମାଳ ଆଣି ବି ଏନ୍ ହାଇସ୍କୁଲ ପଡିଆରେ ରଖାଯାଇଥିଲା । ସେଠାରେ ଆଖପାଖ ବିଭନ୍ନ ସ୍କୁଲର ଛାତ୍ର ଛାତ୍ରି ମାନେ ସାଂସ୍କୃତିକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଆଦିବାସୀ କଳାକାର ସାମିଲ ହୋଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା l ଆଜିର କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କୋରାପୁଟ ଲୋକସଭା ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲାକା, ସମ୍ମାନୀତ ଅତିଥି ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ରାୟଗଡ଼ା ବିଧାୟକ ଆପଲ ସ୍ୱାମୀ କାଡ୍ରକା,ବିଷମକଟକ ମାନ୍ୟବର ବିଧାୟକ ନୀଳମାଧଵ ହିକକା, ରାୟଗଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝି,ରାୟଗଢ଼ା ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଭାସ୍କର ରଇତ, ରାୟଗଡ଼ା ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡି , ଗୁଣପୁର ଉପଜିଲ୍ଲାପାଳ ସୁଶ୍ରୀ କିରନଦୀପ କୌର ସହୋତା, ସମାଜ ସେବି ତଥା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶିବ ପଟ୍ଟନାୟକ,ବ୍ଲକ ସ୍ତରୀୟ ଚଇତି ସଂଯୋଜକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭିଜିକା ମିଶନ ଡଃ ଦୟାନିଧି ବାଗ,ଓଡ଼ିଶାର ପୂର୍ବତନ ମୂଖ୍ୟ ମନ୍ତ୍ରୀ ଡକ୍ଟର ଗିରିଧାରି ଗମାଙ୍ଗ, ରାମନାଗୁଡ଼ା ସମିତି ଅଧ୍ୟକ୍ଷ,ରାବିଶଙ୍କର ଗମାଙ୍ଗ, ଚନ୍ଦ୍ରପୁର ବ୍ଲକର ଅଧ୍ୟକ୍ଷ କୈନ କିମ୍ଵାକା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା, ଗୁଣପୁର ବ୍ଲକ ପୌର ଉପାଧ୍ୟକ୍ଷ ଶିବନାରାୟଣ ଗୌଡ଼, ପଦ୍ମପୁର ବ୍ଲକ ଅଧ୍ୟକ୍ଷା,ମଣିମାଳା ଶବର,ରାୟଗଡ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ଗୁଡ଼ାରୀ ବ୍ଲକ ଅଧ୍ୟକ୍ଷା ସହ ଅନ୍ୟ ବ୍ଲକର ବ୍ଲକ ଅଧ୍ୟକ୍ଷା ଓ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ପଦ୍ମପୁର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ ଉପସ୍ଥିତରେ ଆଜିର ବ୍ଲକ ସ୍ତରୀୟ ଚଇତି ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା l ଏଥିରେ ଚଇତି ରଥ ଉଧଘାଟନ ଓ ଚଇତି ପୋଷ୍ଟର ଉନ୍ମୋଚନ କରାଯାଇଥିଲା l ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିର୍ହ୍ନ ପ୍ରତିଯୋଗିତାରେ କୃତୀ ପ୍ରତଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ