July 1, 2025
Home » ଚବିଶ ପହରୀ ନାମଯଜ୍ଞ ଓ ପଞ୍ଚ ମହାଯଜ୍ଞ ଆରମ୍ଭ

ଚବିଶ ପହରୀ ନାମଯଜ୍ଞ ଓ ପଞ୍ଚ ମହାଯଜ୍ଞ ଆରମ୍ଭ

0
WhatsApp Image 2025-03-19 at 3.49.06 PM

ସୁବର୍ଣ୍ଣପୁର –ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରେଙ୍ଗାଲି ପଂଚାୟତ ର ମଳିକପଦରଠାରେ ତିନି ଦିନଧରି ହେବାକୁଥିବା ଚବିଶ ପ୍ରହରୀ ନାମଯଜ୍ଞ ସହ ରାମାୟଣ ପାରାୟଣ ଓ ନବାହ୍ନ ପାରାୟଣ ଓ ପ୍ରବଚନ ଉପଲକ୍ଷେ ଆଜି ସକାଳୁ ମହିଳା ମାନଙ୍କ ଏକ କଳସ ଶୋଭାଯାତ୍ରା ଓ ଘଣ୍ଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପଳସାଗୋରା ବନ୍ଧରେ ପୁଜାର୍ଚ୍ଚନା ପରେ ମହିଳାମାନେ କଳସରେ ଜଳ ଧରି ଶୋଭାଯାତ୍ରା ରେ ଆସି ପୂଜାମଣ୍ଡପରେ ସ୍ଥାପନ କରିଥିଲେ l

ପରେ ଚବିଶ ପହରୀ ନାମଯଜ୍ଞ ଓ ପଞ୍ଚ ମହାଯଜ୍ଞ ଆରମ୍ଭ ହୋଇଛି l ଏହା ଆଜିଠାରୁ ଅର୍ଥାତ ୧୯ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଉପଲକ୍ଷେ ପ୍ରତିଦିନ ପାରାୟଣ, ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ କରାଯିବା ସହ ମୀନାବଜାର ର ମଧ୍ୟ ଆୟୋଜନ କରାଯାଇଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *