ଚାକିରି ନାଁ ରେ ଠକେଇ :ରଜ୍ଯ ରେ ହଇଚଇ ,ଦୁଇ ଗିରଫ
ଭେଡେନ:ଇ,ପି,ଏ ନିଉଜ୍ ,ଭେଡେନ ,ଭେଡେନ ଥାନା ଅନ୍ତର୍ଗତ ବକଟି ଗ୍ରାମପଞ୍ଚାୟତ ଅପାମରା ଗାଁ ର ଅନେକ ମହିଳା ସମଗ୍ର ସମଗ୍ର ଜିଲ୍ଲାରେ ଚାକିରି ଦେବାକୁ କହି ମହିଳାଙ୍କୁ ଠକୁଥିବା ରାକେଟ ର ଶିକାର ହୋଇଛନ୍ତି ।।ଝାଡୁଦାର କାମ ପାଇଁ ଚାକିରି କରିବା ଆଶାରେ ଜଣ ପିଛା ଟ ୧୩,୦୦୦ହଜାର ଦେଇଥିଲେ ।।ପରେ ଚାକିରି ନ ମିଳିବାରୁ ଠକେଇର ଶିକାର ହୋଇଥିବା ଜାଣି ଟଙ୍କା ନେଇଥିବା ଦୁଇଜଣ ଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ।।ଅଭିଯୋଗ ଅନୁସାରେ ଗର୍ଭନା ଅଇଁଲାପାଲି ଗାଁ ର ତରଣୀ ମହାନନ୍ଦ ଓ ଯୁଗିପାଲି ଗାଁ ର ତରଣୀ ସୁରୁଜାଲ ଅପାମରା ଗାଁ କୁ ଯାଇ ଝାଡୁଦାର ଚାକିରି କଲେ ୧୫ ଦିନରେ ୬୦୦୦ ଟଙ୍କା ଦରମା ମିଳିବ ବୋଲି ମିଛ ପ୍ରଲୋଭନ ଦେଖାଇଥିଲେ ।।ଜଣ ପିଛା ୧୩ ହଜାର ଟଙ୍କା ସିକ୍ଯୁରିଟି ଲାଗିବ ବୋଲି କହି ସମସ୍ତଙ୍କ ଠାରୁ ସିକ୍ଯୁରିଟି ଟଙ୍କା ନେଇଥିଲେ ।।ହେଲେ କାହାରିକୁ ମଧ୍ଯ ଚାକିରି ନ ଦେବାରୁ ଠକେଇର ଶିକାର ମହିଳାମାନେ ଭେଡେନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।।

ଏଇଟା ସବୁଠାରୁ ଗୋଟିଏ ବଡ ରାକେଟ କାମକରୁଛି ଏଇଠି ପ୍ରାୟ ଅଢେଇକୋଟି ଡିଲ ହୋଇଛି ।।ପ୍ରାୟ ଦୁଇହଜାର ରୁ ଅଧିକ ଲୋକଙ୍କୁ ଏହି ସଂସ୍ଥା ଠକି ନେଇଛି ।।ପ୍ରଥମେ ନିୟୁକ୍ତି ଦେଇ ଦିନକୁ ଦରମା ମଧ୍ଯ ଦିଆଯାଉଥିଲା ।।ଏହି ରାକେଟ କୁ ବୁଲ୍ଲା ପୋଲିସ ପର୍ଦାଫାସ କରିଛି ।।ଦୁଇ ଅଭିଯୁକ୍ତ ପଦ୍ମାବତୀ ଓ ରାହୁଲ କୁ ଗିରଫ କରିବା ପରେ ବିଭିନ୍ନ ଚାଞ୍ଚଲ୍ଯକର କଥା ସାମ୍ନାକୁ ଆସିଛି ।।ସମ୍ବଲପୁର ,ବରଗଡ,ବୌଦ୍ଧ ଓ ସୋନପୁର ଜିଲ୍ଲା ରେ ଏହି ରାକେଟ କାମକରି ଠକେଇ କରିଥିବାର ଅଭିଯୋଗ ମାନେ ଆସିଛି ।।ଏହି ରାକେଟ ଗାଁ ଗାଁ ରେ ବୈଠକ ମାନେ କରି ଲୋକଙ୍କୁ ପ୍ରଭାବିତ କରୁଥିଲେ ।।ଅନୁସନ୍ଧାନ କଲେ ଅନେକ ତଥ୍ଯ ସାମନାକୁ ଆସିବ ।।ଏଥି ରେ କିଏ କିଏ ସଂପୃକ୍ତ ଅଛନ୍ତି ।।ବଡ ବଡ ଲୋକଙ୍କ ସଂପୃକ୍ତି ଅଛି କି ନାଇଁ ଅନୁସଂଧାନ କଲେ ଜଣାପଡିବ ।।
ଭେଡେନ ରୁ ହରିଶଙ୍କର ବେହେରା ଙ୍କ ରିପୋଟ ଇପିଏ ନିଉଜ୍ ।।
