July 5, 2025
Home » ଚାରୋଟି ବ୍ଲକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର କାର୍ଯ୍ୟ ପରିଦର୍ଶନ କରି କାର୍ଯ୍ୟର ମାନ ତଦାରଖ ଦୁଇ ଦିନିଆ ଗସ୍ତରେ ୨ ଜଣିଆ କେନ୍ଦ୍ରୀୟ ଟିମ

ଚାରୋଟି ବ୍ଲକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର କାର୍ଯ୍ୟ ପରିଦର୍ଶନ କରି କାର୍ଯ୍ୟର ମାନ ତଦାରଖ ଦୁଇ ଦିନିଆ ଗସ୍ତରେ ୨ ଜଣିଆ କେନ୍ଦ୍ରୀୟ ଟିମ

0
WhatsApp Image 2025-03-27 at 1.23.20 PM

କୋରାପୁଟ ଜିଲ୍ଲାରେ ଜୟପୁର, ସେମିଳିଗୁଡା, ଦଶମନ୍ତପୁର, ଲକ୍ଷ୍ମୀପୁର ଏହି ଚାରି ବ୍ଲକକୁ ଗସ୍ତକରି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର କାର୍ଯ୍ୟକାରିତା ଏବଂ ଫଳାଫଳ ନେଇ ପରିଦର୍ଶନ କରି ତଦାରଖ କରି ଫେରିଛନ୍ତି ଦିଲ୍ଲୀରୁ ଆସିଥିବା ୨ ଜଣିଆ କେନ୍ଦ୍ରୀୟ ଟିମ୍। ଦୁଇ ଦିନିଆ ଗସ୍ତରେ ଆସିଥିବା ୨ ଜଣିଆ କେନ୍ଦ୍ରୀୟ ଟିମଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମ୍ମାନଜନକ ପିଏମ ଆୱାର୍ଡ଼ ମାନ୍ୟତା ପାଇଁ କରାଯାଇଥିବା ମୂଲ୍ୟାଙ୍କନ । ଉକ୍ତ ଦୁଇଦିନରେ ଦିଲ୍ଲୀରୁ ଆସିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶକ କେ.ବାଲେନ ନାୟକ ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ନିର୍ଦ୍ଦେଶକ ବିକାଶ ସିଂ କୋରାପୁଟ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଅନୁଦାନରେ ଚାଲିଥିବା ୧୧ଟି ଯୋଜନାର ତଦାରଖ କରିଛନ୍ତି । ପ୍ରଥମ ଦିନରେ ସାତଟି ଓ ଦ୍ଵିତୀୟ ଦିନରେ ୪ଟି ଯୋଜନା ତଦାରଖ କରିଛନ୍ତି ।

ପ୍ରଥମ ଦିନରେ ପ୍ରଥମେ ଜୟପୁର ବ୍ଲକର ଟାଙ୍କୁଆ ପଞ୍ଚାୟତ , ବୈପାରିଗୁଡା ବ୍ଲକର ଚନ୍ଦ୍ରପଡା ଗାଁ ସମେତ ପୌରପାଳିକାର ବିଭିନ୍ନ ସ୍ଥାନ ବୁଲି ପିଏମ୍‌ ସୂର୍ଯ୍ୟ ଘର, ମୁଫ୍ତ ବିଜିଲି ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା, ହର ଘର ଜଳ ଯୋଜନା, ମିଶନ ଇନ୍ଦ୍ରଧନୁଶ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଏନ୍‌ଆରଇଜିଏସ, ଜାତୀୟ ପେନସନ ଯୋଜନା ପିଏମ ସ୍ୱାନିଧି ୭ କେନ୍ଦ୍ରୀୟ ଯୋଜନାର ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର କାର୍ଯ୍ୟ ପରିଦର୍ଶନ କରି କାର୍ଯ୍ୟର ମାନ ତଦାରଖ କରିବା ସମୟରେ ଭେଣ୍ଡରଙ୍କୁ ଭେଟି ଯୋଜନାରେ କେତେ ଉପକୃତ ହୋଇଚନ୍ତି ତାହା ପଚାରି ବୁଝିବା ସହ ଯୋଜନାର କାର୍ଯ୍ୟକାରିତାକୁ ନେଇ ଅନୁଧ୍ୟାନ କରିଥିଲେ । କେନ୍ଦ୍ର ସରକାରଙ୍କ ସହାୟତା ସମ୍ପର୍କରେ ଜୟପୁର ପୌର କାର୍ଯ୍ୟାଳୟରେ ସମ୍ମୁଖରେ ଥିବା କିଛି ଦୋକାନକୁ ଯାଇ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ ଯୋଜନା ବିଷୟରେ ପାରାବେଡା ଅଞ୍ଚଳର ବସ୍ତି ଅଞ୍ଚଳ ଓ ନାଗାର୍ଟି ସାହି ଗୁଡିକୁ ଯାଇ ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୋଲାର ଯୋଜନାରେ ହିତାଧିକାରୀ ମାସକୁ ୩ ଶହ ୟୁନିଟ ମାଗଣା ବିଦ୍ୟୁତ୍ ପାଇ ପାରିବେ ବୋଲି ଟିମ କହିଥିଲେ ।

ଉକ୍ତ ଯୋଜନାରେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକ ଲାଭବାନ୍ ହେବା ସହ ବାର୍ଷିକ ଆୟ ୧ କିମ୍ବା ୧.୫ ଲକ୍ଷରୁ କମ ଯାହାର ଆୟ ଥିବ ସେମାନେ ମଧ୍ୟ ଆବେଦନ କରିପାରିବେ ବୋଲି ଜଣାଇଥିଲେ । ତାପରେ କୋରାପୁଟ ଆରଏସ୍‌ଇଟିଆଇ ଗସ୍ତ କରି ପିଏମ୍‌ ବିଶ୍ୱକ୍ରମା ହିତାଧିକାରୀ, ସରପଞ୍ଚ ଓ ପୋଷ୍ଟାଲ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏକ କାର୍ପେଣ୍ଟର ୟୁନିଟ ପରିଦର୍ଶନ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେମିଳିଗୁଡ଼ା ବ୍ଲକର ରାଜପୁଟ ଗ୍ରାମର ଏକ ମିଲେଟ ପ୍ରୋସେସ୍ସିଂ ୟୁନିଟକୁ ବୁଲି ଦେଖିବା ପରେ ଲୁଙ୍ଗୁରି ଅଙ୍ଗନଓ୍ବାଡି କେନ୍ଦ୍ର, ପାଖଝୋଲା ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଯୋଜନାର ଅନୁଧ୍ୟାନ କରିଥିଲେ। ତାପରେ ଲକ୍ଷ୍ମୀପୁର ବ୍ଲକ୍‌ର ତୋୟାପୁଟ ଅଙ୍ଗନଓ୍ବାଡି କେନ୍ଦ୍ର, କାର୍ପେଣ୍ଟର ୟୁନିଟ, ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ମିଶି ଆଲୋଚନା କରି ସାରିବା ପରେ ମାରବାଇଗୁଡ଼ାରେ ଥିବା ସାନିଟେସନ ପାର୍କ, ଲକ୍ଷ୍ମୀପୁର ସିଏଚସି ଓ ପଞ୍ଚଡା ଲ୍ୟାମ୍ପ ପରିଦର୍ଶନ କରି ବିଭିନ୍ନ ଯୋଜନାର ଅନୁଧ୍ୟାନ କରିଥିଲେ। ତାପରେ ଦଶମନ୍ତପୁର ବ୍ଲକର କାଉଗୁଡା ଗ୍ରାମରେ ଜିଲ୍ଲା ପ୍ରଶାସନ ଓସିୱାଇଏସଡିର ସହଯୋଗରେ କରାଯାଇଥିବା ଷ୍ଟ୍ରବେରୀ ଚାଷକୁ ଦେଖି ସାରି ସିୱାଇଏସଡିିର ପ୍ରକଳ୍ପ ଅଧିକାରୀ ଆନନ୍ଦ ମଲ୍ଲିକ ଓ ସ୍ଥାନୀୟ ଚାଷୀଙ୍କ ସହ କଥାବାର୍ତ୍ତା କରିଥିଲେ।
କେନ୍ଦ୍ରୀୟ କମିଟିର ଏହି ଗସ୍ତର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ପିଏମ ଆୱାର୍ଡ଼ ଲକ୍ଷ୍ୟ ଚୟନ ପ୍ରକ୍ରିୟାର ଏକ ଅଂଶ ଭାବରେ ଏହି ଅଞ୍ଚଳରେ କେନ୍ଦ୍ରୀୟ ଯୋଜନାଗୁଡିକର ସଫଳ କାର୍ଯ୍ୟକାରିତାକୁ ମୂଲ୍ୟାଙ୍କନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି |
ଉକ୍ତ ଦୁଇ ଦିନିଆ ଗସ୍ତରେ ଆସିଥିବା ୨ ଜଣିଆ କେନ୍ଦ୍ରୀୟ ଦଳଙ୍କ ଗସ୍ତ ସମୟରେ ତାଙ୍କ ସହ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଜୟପୁର ସବ୍-କଲେକ୍ଟର ଏବଂ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଆକବାରାମ ଶସ୍ୟରାନୀ ରେଡ୍ଡୀ ,କୋରାପୁଟ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ସୁଦାମ ବିଶ୍ୱାଳ, ଚାରୋଟି ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀଙ୍କ ସମେତ ସମ୍ପର୍କିତ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇ ଥିଲେ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *