July 5, 2025
Home » ଚିକିତ୍ସିତ ରୋଗୀ ନିଖୋଜ

ଚିକିତ୍ସିତ ରୋଗୀ ନିଖୋଜ

0
WhatsApp Image 2025-02-03 at 1.39.43 PM

କଟକ: ଗତ ଶନିବାର ଦିନ ଅଡଶପୁର ଛକ ନିକଟରେ ରାସ୍ତା ଦୁର୍ଘଟଣାରେ ଆହତ ବ୍ୟକ୍ତିଜଣଙ୍କ ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର ବର୍ଗ ଥାନାରେ ଅଭିଯୋଗ କରିଛନ୍ତି। ଗତ ୧ ତାରିଖ ଶନିବାର ଦିନ ସନ୍ଧ୍ୟା ୬ଟା ୩୦ ମିନିଟ୍ ସମୟରେ ଅଡଶପୁର ଛକ ନିକଟରେ ନିମାପଡା ସ୍ଥିତ ଝିଲିଶାସନର ବିମଳ ପ୍ରସାଦ କୁମାର ପତି ଯାଉଥିବା ଅବସ୍ଥାରେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା।

ଫଳରେ ଶ୍ରୀ ପତିଙ୍କୁ ଗୁରୁତର ଆହତ ଅବସ୍ଥାରେ ଅଡଶପୁର ପୋଲିସ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଆଶୁ ଚିକିତ୍ସା ବିଭାଗରେ ଚିକିତ୍ସା ସମୟରେ ଗତକାଲି ୩ଟାରେ ନିଖୋଜ ହୋଇଥିବା ଜଣାପଡିଛି। ଏ ନେଇ ତାଙ୍କ ପରିବାର ବର୍ଗ ମଙ୍ଗଳାବାଗ ଥାନାରେ ନିଖୋଜ ସମ୍ପର୍କିତ ଏତଲା ଦେଇଥିଲେ। ପୋଲିସ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ଅବ୍ୟାହତ ରଖିଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ଶ୍ରୀ ପତିଙ୍କ ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା ତାଙ୍କ ପରିବାର ବର୍ଗଙ୍କ ଫୋନ୍ ୭୭୮୮୯୦୯୨୬୨/ ୯୪୩୭୦୬୧୧୯୩ କୁ ଜଣାଇବାକୁ ଅନୁରୋଧ।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *