July 1, 2025
Home » ଚେନ୍ନାଇରୁ କାମ ଛାଡି ଆସୁଥିବା ବେଳେ ବରମୁଣ୍ଡା ବସଷ୍ଟାଣ୍ଡରୁ ଶ୍ରମିକ ନିଖୋଜ। ୫ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ ମିଳୁନି ପତ୍ତା।

ଚେନ୍ନାଇରୁ କାମ ଛାଡି ଆସୁଥିବା ବେଳେ ବରମୁଣ୍ଡା ବସଷ୍ଟାଣ୍ଡରୁ ଶ୍ରମିକ ନିଖୋଜ। ୫ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ ମିଳୁନି ପତ୍ତା।

0
WhatsApp Image 2025-05-16 at 10.28.33 AM

କେନ୍ଦୁଝର,:କେନ୍ଦୁଝର ଜିଲ୍ଲାରେ ଦାଦନ ଶ୍ରମିକ ସମସ୍ୟା ଉତ୍କଟ ହେବାରେ ଲାଗିଛି। କେନ୍ଦୁଝର ସଦର ଓ ପାଟଣା ଅଞ୍ଚଳରୁ ଅନେକ ଲୋକ କାମ ଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି। ଏଠାରେ ନିଯୁକ୍ତି ମେଳା ନାମରେ ପ୍ରହସନ ଚାଲିଛି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଗରିବ ଲୋକଙ୍କ କଥା ବୁଝିବାକୁ ବେଳ ନାହିଁ। ଶ୍ରମ କାର୍ଯ୍ୟାଳୟ ଏଠାରେ କେବଳ ଶ୍ରମିକ ମାରଣ କାର୍ଯ୍ୟରେ ଲିପ୍ତ ବୋଲି ଗୁରୁତର ଅଭିଯୋଗ ହୁଏ। ଏବେ ସୂଚନା ମିଳିଛି କି ପାଟଣା ଥାନା ଅନ୍ତର୍ଗତ ମିରିଗିଖୋଜି ଗ୍ରାମର ସାଦାସିଧା ଯୁବକ ଟୁନା ମହାନ୍ତ(୩୫) କାମ କରିବାକୁ କିଛି ଲୋକଙ୍କ ସହ ମିଶି ଚେନ୍ନାଇ ଯାଇଥିଲେ। ସେଠାରେ ଏକ ଜୋତା କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ହେଲେ ସେ ୨ଜଣଙ୍କ ସହ ମିଶି କାମ ଛାଡି ନିଜ ଗାଁକୁ ଫେରିଆସୁଥିଲେ ହେଲେ ବରମୁଣ୍ଡା ବସଷ୍ଟାଣ୍ଡରେ ସେ କୁଆଡେ ହଜି ଗଲା ବୋଲି ସାଥୀମାନେ ଏବେ କହୁଛନ୍ତି। ଟୁନା ମହାନ୍ତ ବିଶେଷ ପାଠ ପଢି ନଥିଲେ ଗରିବ ଲୋକ ତେଣୁ ପରିବାର ଚଳାଇବାକୁ ଏଠାରେ କାମ ନଥିବାରୁ ଚେନ୍ନାଇ ଯାଇଥିଲେ। ସେ ପ୍ରଥମ ଥର ଲାଗି ବାହାରକୁ ଯାଇଥିଲେ ଘର ଲୋକ ଟଙ୍କା ପଠାଇଥିଲେ ଟିକେଟ ଲାଗି ସେଥିରେ ସେ ଆସୁଥିଲେ ତାଙ୍କ ପାଖେ ଆଉ ଟଙ୍କା ନଥିଲା କି ଫୋନ୍ ବି ନାହିଁ ତେଣୁ ଯୋଗାଯୋଗ ହୋଇପାରୁନି। ସାଥୀ ମାନେ କୁହନ୍ତି କି ଟ୍ରେନରୁ ୩ ଜଣ ବରମୁଣ୍ଡା ବସଷ୍ଟାଣ୍ଡ ଆସିଥିଲେ ସେଠାରୁ ଟୁନା କୁଆଡେ ଚାଲିଗଲା। ତେବେ ସେମାନେ ସ୍ଥାନୀୟ ଫାଣ୍ଡିରେ କହିବା ପରେ ପୋଲିସ ଅନୁସନ୍ଧାନ କରି କହିଲା କି ଟୁନା ଚମ୍ପୁଆ ବସରେ ବସି କେନ୍ଦୁଝର ଆଡ଼େ ଚାଲିଯାଇଛି। କିନ୍ତୁ ଆଜିକୁ ୫ ଦିନ ବିତିବା ପରେ କିଛି ଖୋଜଖବର ନାହିଁ ତେଣୁ ପରିବାର ପକ୍ଷରୁ ପାଟଣା ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ପ୍ରଥମରୁ ଏହି ଘଟଣାକୁ ଗୁରୁତର ଭାବେ ନେଇ ଥିଲେ ଟୁନା ଉଦ୍ଧାର ହୋଇଥାନ୍ତା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ତେଣୁ ପରିବାର ପକ୍ଷରୁ ନିରୀହ ଟୁନାକୁ ଖୋଜି ଆଣିବାକୁ ଜନସାଧାରଣଙ୍କୁ ନିବେଦନ କରି ଫୋନ ନଂ ୭୯୭୮୫୪୦୯୪୫ ଓ ୬୩୭୦୫୮୭୪୩୮ରେ ଖବର ପାଇଲେ ଯୋଗାଯୋଗ କରିବାକୁ କୁହାଯାଇଛି। ଟୁନା ମହାନ୍ତ ପରି ଜଣେ ସରଳ ନିରୀହ ଶ୍ରମିକ ନିଖୋଜ ଅଛି ପୋଲିସ ଓ ଶ୍ରମ ବିଭାଗ ତତ୍ପର ହେବାକୁ ସାଧାରଣରେ ଦାବି କରାଯାଇଛି। ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ କିପରି ଦାଦନ ଚାଲିଛି ଏଠାକାର ଲୋକେ କିପରି ବାହାରେ କାମ କରୁଛନ୍ତି ତାହାକୁ ତଦନ୍ତ କରି ନିଖୋଜ ଶ୍ରମିକ ଟୁନା ମହାନ୍ତକୁ ଫେରାଇ ଆଣିବାକୁ ବୁଦ୍ଧିଜୀବି ମାନେ ନିବେଦନ କରିଛନ୍ତି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *