November 13, 2025
Home » ଚୋରକୁ ଧରିବାକୁ ଯାଇ ଟ୍ରାକ୍ଟର ଚାପ ରେ ଦୁଇ ଭାଇଙ୍କ ମୃତ୍ୟୁ।

ଚୋରକୁ ଧରିବାକୁ ଯାଇ ଟ୍ରାକ୍ଟର ଚାପ ରେ ଦୁଇ ଭାଇଙ୍କ ମୃତ୍ୟୁ।

0
WhatsApp Image 2025-11-12 at 11.42.17 AM (2)

 

ଦୋଷୀ (ଚୋର)କୁ ଧରିବା ସହ କ୍ଷତି ପୂରଣ ପ୍ରଦାନ ଦାବୀ ରେ ପରିବାର ଲୋକ ଙ୍କ ଜାତୀୟ ରାଜପଥ ଅବରୋଧ….

ଟ୍ରଲି ଚୋରକୁ ଧରିବାକୁ ଯାଇ ଦୁଇ ଭାଇଙ୍କ ଟ୍ରାକ୍ଟର ଚାପ ରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ମର୍ମନ୍ତୁଦ ମୃତ୍ୟୁ ଘଟଣା କୁ ନେଇ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି । ଏପରି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ମେରଘରା ଗ୍ରାମ ରେ ।ଘଟଣା ର ବିବରଣୀ ରୁ ପ୍ରକାଶ ଯେ ନୀତିଦିନ ପରି ଟ୍ରାକ୍ଟର ମାଲିକ ଲାଲୁ ଭଇସାଲ ନିଜର ଟ୍ରାକ୍ଟର ର କାମ ସରିବା ପରେ, ନିଜ ଘରର ରାସ୍ତା ନିକଟ ରେ ଟ୍ରାକ୍ଟର ର ଟ୍ରଲି ନଂ- ଓଡ଼ି ୦୮କ୍ୟୁ ୯୭୫୩ (OD08Q9753)କୁ ରଖିଥିଲେ। ତେବେ ଗତ କାଲି ସୋମବାର ମଧ୍ୟ ରାତ୍ରି ରେ ଚୋର ଆସି ଟ୍ରଲି କୁ ନେଇଯିବା ବେଳେ ପରିସ୍ରା କରିବାକୁ ବାହାର କୁ ବାହାରିଥିଲା ହରିଶଙ୍କର ଭଇସାଲ, ନିଜ କକା ଘର ଟ୍ରାକ୍ଟର ର ଟ୍ରାଲି କୁ ଅନ୍ୟ ଏକ ଟ୍ରାକ୍ଟର ନେଇକି ଯିବାର ଦେଖି ଟ୍ରାକ୍ଟର ମାଲିକ ଙ୍କ ସାନ ପୁଅ ସତ୍ୟମ ଭଇସାଲ କୁ ଡାକିଥିଲେ । ପରେ ନିଜର ବାଇକ ଯୋଗେ ଦୁଇଭାଇ ଚୋରି ନେଉଥିବା ଟ୍ରାକ୍ଟର କୁ ପିଛା କରି ତେନ୍ତୁଲି ପଡା ଛକ ନିକଟ ବ୍ରାହ୍ମଣଛେଣ୍ଡିଆ ପଟ ରାସ୍ତାରେ ଟ୍ରାକ୍ଟର ପିଛା କରିଥିଲେ । ଅଳ୍ପ କିଛି ରାସ୍ତା ଅତିକ୍ରମ କରିବା ପରେ ଟ୍ରାକ୍ଟର ର ଆଗକୁ ବାଇକ ନେଇକି ଚୋରି କରିଥିବା ଟ୍ରାକ୍ଟର କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଚୋର ମାନେ ଦୁହି ଙ୍କ ଉପରକୁ ଟ୍ରାକ୍ଟର ଚଢାଇ ଦେଇ ଫେରାର ହୋଇ ଯାଇଥିଲେ ।

ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରୁ ଦୁଇ ଭାଇ ଙ୍କୁ ମୂର୍ମୁଶୁ ଅବସ୍ଥା ରେ ଉଦ୍ଧାର କରି ଧର୍ମଗଡ ଡାକ୍ତରଖାନା କୁ ଆଣିଥିଲେ । ତେବେ ଦୁର୍ଘଟଣା ଗ୍ରସ୍ତ ଦୁଇ ଭାଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବରୁ ଦୁହିଁ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହରିଶଙ୍କର ଭଏସାଲ କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ପରେ ସତ୍ୟମ କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରୁ ଥିବା ବେଳେ ଅଧା ବାଟ ରେ ସତ୍ୟମ ର ମଧ୍ୟ ମୃତୁ ହୋଇଥିଲା । ପରିବାର ପକ୍ଷ ରୁ ଧର୍ମଗଡ ଥାନା ରେ ଅଭିଯୋଗ ପରେ କେସ ନଂ-୩୨୭/୨୫ ରେ ଏକ ମାମଲା ରୁଜୁ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଲିସ ପହଞ୍ଚି ଦୁଇ ଭାଇଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରି ଥିଲେ । . ଅନ୍ୟପକ୍ଷରେ ଧର୍ମଗଡ ପୁଲିସ ଏହି କେଶ ର ତଦନ୍ତ ଜାରି ରଖିଥିବା ବେଳେ ସନ୍ଧାନି କୁକୁର ସହ ସାଇଣ୍ଟିକଫିକ୍ ଟିମ ସହାୟତାରେ ଅଧିକା ତଦନ୍ତ କରୁ ଥିବା ଜଣାପଡିଛି । ତେଣେ ଚୋରୀ ଟ୍ରଲି କୁ ଦୁବୃର୍ତ୍ତ ମାନେ ଛେଣ୍ଡିଆ ଗ୍ରାମ ନିକଟ ରେ ଛାଡି ଦେଈ ଥିବା କିଛି ଗ୍ରାମ ବାସୀ ପ୍ରକାଶ କରିଛନ୍ତି ।ଦୋଷୀ (ଚୋର)କୁ ଧରିବା ସହ କ୍ଷତି ପୂରଣ ପ୍ରଦାନ ଦାବୀ ରେ ପରିବାର ଲୋକ  ଜାତୀୟ ରାଜପଥ ଅବରୋଧ  କରିଛନ୍ତି l ଦୁଇଭାଇ ହରିଶଙ୍କର ଓ ସତ୍ୟମ ଦୁଇ ଭାଇ ଙ୍କ ଅକାଳ ମୃତ୍ୟୁ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ଦୋଷୀ କୁ ଧରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ କ୍ଷତି ପୂରଣ ଦାବୀ ରେ ପରିବାର ଲୋକ ଙ୍କ ସହ ଗ୍ରାମବାସୀ ମିଶି ଚାରିଛକ ନିକଟ ରେ ଜାତିୟ ରାଜପଥ ୧୩୦(ସି) କୁ ଦୁଇ ଶବ ରଖି ଟାୟାର ଜାଳି ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ସ୍ଥଳରେ ଅତିରିକ୍ତ ଉପ ଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କି, ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ଉପଖଣ୍ଡ ପୁଲିସ ଅଧିକାରୀ ଡୋଳା ମଣି ଭୋଇ, ଆଇ ଆଇ ସି ସୁଦର୍ଶନ ନାୟକ ପ୍ରମୁଖ ପହଞ୍ଚି ଆନ୍ଦୋଳନ କାରୀ ଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ପରିବାର ଙ୍କୁ ରେଡ କ୍ରସ ସହାୟତା, ହରିଶ୍ଚନ୍ଦ୍ର ଯୋଜନା ଓ ସରକାର ଙ୍କ ଅନ୍ୟ ଯୋଜନା ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା । ଜାତିୟ ରାଜପଥ ଅବରୋଧ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଗାଡ଼ି ଚଳାଚଳ ବନ୍ଦ ହୋଇଥିଲା।

 

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *