December 21, 2025
Home » ଚୋରାଚାଲାଣ ୬୬୦ କେଜି ଗଞ୍ଜେଇ (୬୬ ଲକ୍ଷ ଟଙ୍କାର) ଜବତ ସହ ଗୁଳିଭରା ପିସ୍ତଲ ଜବତ କରି ଅଭିଯୁକ୍ତ ୬ଜଣ ଗିରଫ କରିଛି ରାୟଗଡ଼ା ପୋଲିସ

ଚୋରାଚାଲାଣ ୬୬୦ କେଜି ଗଞ୍ଜେଇ (୬୬ ଲକ୍ଷ ଟଙ୍କାର) ଜବତ ସହ ଗୁଳିଭରା ପିସ୍ତଲ ଜବତ କରି ଅଭିଯୁକ୍ତ ୬ଜଣ ଗିରଫ କରିଛି ରାୟଗଡ଼ା ପୋଲିସ

0
WhatsApp Image 2025-03-15 at 11.52.19 PM

….

ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ସ୍ବାଥୀ ଏସ କୁମାରଙ୍କ ନିର୍ଦେଶକ୍ରମ‌େ ରାୟଗଡ଼ା ଥାନା ଅଧିକାରୀ କେକେବିକେ କହଁରଙ୍କ ନେତୃତ୍ବରେ ହାଲୁଆ ଗ୍ରାମର ଏକ ଢ଼ାବା ନିକଟରେ  ଟାଉନ ଥାନା ଏସଆଇ ଏସ.କେ. ମୁର୍ମୁ ଓ ପୋଲିସ ଟିମ୍ ପେଟ୍ରୋଲିଂ ସମୟରେ ଗଞେଇ ଚୋରା ଚାଲାଣକାରୀଙ୍କୁ ଧରି ଗିରଫ କରି ସେମାନଙ୍କଠାରୁ ୬୬୦ କେଜି ଗଂଜେଇ ସହ ଗୋଟିଏ ବୋଲେରୋ ପିକଅପ ଗାଡ଼ି, ଗୋଟିଏ ଆଇ ଟ୍ବେଣ୍ଟି କାର ସହ ଗୋଟିଏ ବନ୍ଧୁକ ଜବତ କରି ଗଞେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ହୋଇଛି।
ଚୋରାଚାଲାଣ ହେଇଥିବା ଉକ୍ତ ଗଂଜେଇର ଆନୁମାନିକ ୬୬ ଲକ୍ଷ  ଟଙ୍କା ମୂଲ୍ୟ ରହିଥିବା ବେଳେ ଡେପୁଟି  କଲେକ୍ଟର  ରବି ପ୍ରଧାନଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା । ଜବତ ହୋଇଥିବା ଉକ୍ତ ଗଞ୍ଜେଇ ବିଷମକଟକ ଠାରୁ କୋରାପୁଟ ଅଭିମୁଖେ ଚୋରାରେ ଚାଲାଣ ହେଉଥିଲା ଯାହା କି ଚନ୍ଦ୍ରପୁର ବ୍ଲକରୁ ଗଞେଇ ଅଣାଯାଇଥିଲା । ଗିରଫ ହୋଇଥିବା ୦୬;ଅଭିଯୁକ୍ତ ହେଲେ ରାୟଗଡ଼ା ସହର ନୂଆଁ ସାହିର ରେଡି ଅମଲା ରାଜୁ, ରେଡି ଅଭିନାଶ, ରେଡି ଆନନ୍ଦ,ବିଷମକଟକ ଥାନା ନିର୍ଗୁଣ୍ଡି ଗ୍ରାମର  ରଞ୍ଜିତ କରକରିଆ । ଉକ୍ତ ଗଞ୍ଜେଇ ଚୋରାରେ ଚାଲାଣ ମାମଲାରେ ପୋଲିସ ପିଏସ କେସ ନମ୍ବର ୮୫/୨୫ ପଞ୍ଜୀକୃତ କରିଛି ।
ଗଞେଇ ‌ଚୋରାରେ ଚାଲାଣ ସଂପୃକ୍ତ ଉକ୍ତ ଛଅ ଜଣ ଅଭିଯୁକ୍ତଂକୁ କୋର୍ଟ ଚାଲାଣ କରିଥିବା ବେଳେ ଉକ୍ତ ମାମଲାକୁ ତଦନ୍ତ ଜାରି ରହିଥିବା ଜଣାପଡିଛି ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏର ତିରୁମାଲା ପ୍ରସାଦ

Leave a Reply

Your email address will not be published. Required fields are marked *