ଚୋରା ବ୍ୟବସାୟ ମାନଙ୍କୁ ପ୍ରଶାସନର ଭୟ !
ଯାଜପୁର:ବୈତରଣୀ ରୋଡ ବଜାରରେ ବିଭିନ୍ନ ବାସପୋଯୋଗୀ ବା ନିତ୍ତାବଶ୍ଯକ ସାମଗ୍ରୀ ସହ ଦୀର୍ଘ ବର୍ଷ ଧରି ଦେହ ବ୍ୟବସାୟ ଚଳାଇଥିବା ବ୍ୟକ୍ତିମାନଙ୍କୁ ପୁଲିସ ସୁରକ୍ଷା ଦେବାର କାରଣ କୁ ଆଧାର କରି ସାଧାରଣରେ ଆଲୋଚ୍ଯର ବିଷୟ ହୋଇଛି।
ବୈତରଣୀ ରୋଡ ବଜାର ଥିବା କ୍ଷମତାପ୍ରାପ୍ତ ଜାଳେଣି ଗ୍ୟାସ ବ୍ୟବସାୟୀ ସାଧାରଣ ଖାଉଟି ମାନଙ୍କୁ ଠିକ୍ ଭାବେ ଗ୍ୟାସ ଯୋଗାଣରେ ଅବହେଳା ପାଇଁ ବୈତରଣୀ ରୋଡ ବଜାରରେ ଚୋରା ବିପଦ ସଙ୍କୁଳ ଗ୍ୟାସ ସିଲିଣ୍ଡର ଖୁଲମଖୁଲା ବିକ୍ରି ହେବା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।
ଏହି କଳା ବ୍ୟବସାୟୀ ମାନେ ଲୁଜ ହୋଇଥିବା ବିପଦ ସଙ୍କୁଳ ଗ୍ୟାସ ଗୁଡ଼ିକୁ ଚଢାଦରରେ ବିକ୍ରୀ କରିବା ଦେଖିବାକୁ ମିଳିଛି। ଏହି ବିପଦପୂର୍ଣ୍ଣ ଗ୍ୟାସ ସିଲିଣ୍ଡର ଗୁଡ଼ିକ କେତେବେଳେ ଯେ ଫାଟି ବିସ୍ପୋରଣ ହୋଇ ଧନ ଜୀବନ ନଷ୍ଟ ହେବା ତାହା ସନ୍ଦେହ ଘେରରେ ଥିବା ସାଧାରଣ ଖାଉଟି ମାନଙ୍କ ପାଇଁ ଚିନ୍ତା ର କାରଣ ହୋଇଛି। ଏହି କଳା ବ୍ୟବସାୟୀ ମାନଙ୍କ ମଧ୍ୟରୁ ଜଣେ ପ୍ରଭାବ ଶାଳିବ୍ଯବସାୟୀ ତାଙ୍କର ଭଡ଼ାରେ ଦେଇବା ଘରେ ଜଣେ ଋପଜୀବିଙ୍କୁ ରଖି ଦୀର୍ଘ ବର୍ଷ ହେଲା ଦେହ ବ୍ୟବସାୟ କରିବା ଅଞ୍ଚଳ ପାଇଁ ସମସ୍ୟା ସୋଇଛି। ଏହି ଦେହ ବ୍ୟବସାୟ ପାଇଁ ଅଞ୍ଚଳରେ ଏକାଧିକ ବ୍ୟକ୍ତି ପ୍ରାଣ ହାନୀ ହେବା ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ବୈତରଣୀ ରୋଡ ବଜାର ରେ ଏପରି ଅସାଜିକ କାର୍ଯ୍ୟ ଚାଲୁ ରହିଥିବା ବେଳେ ସ୍ଥାନୀୟ ପୁଲିସ ନିରବ ରହିବା ଅଞ୍ଚଳ ପାଇଁ ସମସ୍ୟା ହୋଇଛି।
