November 28, 2025
Home » ଚୋରି ମୂର୍ତ୍ତି ଜବତ, 4 ଅଭିଯୁକ୍ତ ଗିରଫ

ଚୋରି ମୂର୍ତ୍ତି ଜବତ, 4 ଅଭିଯୁକ୍ତ ଗିରଫ

0
WhatsApp Image 2025-02-16 at 10.02.30 AM

l ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଓ ସୁବଳୟା ଥାନା ଅଞ୍ଚଳ ରୁ ଚୋରି, ଡକାୟତି ମାମଲା ରେ ପୋଲିସ କୁ ମିଳିଛି ବଡ଼ ସଫଳତା l ଏହି ମାମଲା ରେ ପୋଲିସ ବିଭିନ୍ନ ଚୋରି ସାମଗ୍ରୀ ଜବତ କରିଥିବା ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି l ସୂଚନା ଥାଉକି, ବୀରମହାରାଜପୁର ଥାନା ଉଫୁଲା ଗ୍ରାମର କୁବେର କର୍ମୀ କାର୍ଯ୍ୟାଳୟ କାମ ସାରି ସୁନାପାଲି ଗ୍ରାମ କୁ ଯାଉଥିବା ବେଳେ ଦୁର୍ବୁତ୍ତ ମାନେ ଭୁଜାଲି ଦେଖାଇ ତାଙ୍କ ନିକଟରୁ ମୋବାଇଲ, ଟଙ୍କା ଏବଂ ବାଇକ ଲୁଟି ନେଇଥିଲେ l ଏ ନେଇ ସେ ବୀରମହାରାଜପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ସେହିପରି ସୁବଳୟା ଥାନା ଅନ୍ତର୍ଗତ ଗୋଧନେଶ୍ୱର ଶୈବପୀଠ ରୁ ବହୁ ମୂଲ୍ୟବାନ ମୂର୍ତ୍ତି ଚୋରି କରିଥିଲେ l ପରେ ତଦନ୍ତ ପାଇଁ ଦୁଇଟି ଟିମ ଗଠନ କରାଯାଇଥିଲା l ବୀରମହାରାଜପୁର ଏସଡିପିଓ ବାସୁଦେବ ଛତ୍ରିଆ ଙ୍କ ନେତୃତ୍ୱ ରେ ଗୋଟିଏ ଟିମ ଏବଂ ଡେପୁଟି ଆରକ୍ଷୀ ଅଧିକ୍ଷକ କେ କେ ପ୍ରସାଦ ଙ୍କ ନେତୃତ୍ୱ ରେ ଅନ୍ୟ ଏକ ଟିମ ଗଠନ କରି ତଦନ୍ତ ଚାଲିଥିଲା l

ଡକାୟତ ଦଳ ରେ 6 ଜଣ ସଦସ୍ୟ ଥିବା ବେଳେ 4 ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା l ସେମାନଙ୍କୁ ରିମାଣ୍ଡ ରେ ଆଣି ଅଧିକ ପଚରାଉଚୁରା ପରେ ଗୋଧନେଶ୍ୱର ମନ୍ଦିର ରୁ ଚୋରି, ପାତାଳୀ ଶ୍ରୀକ୍ଷେତ୍ର ରୁ ଚୋରି, ଲୁତୁରପଙ୍କ ୟୁପି ସ୍କୁଲ ରୁ ଚୋରି ସମେତ ବିଭିନ୍ନ ଚୋରି ରେ ସମ୍ପୃକ୍ତି ଏବଂ ଚୋରି ସାମଗ୍ରୀ ଗଛିତ ରଖିଥିବା ଜଣାପଡିଥିଲା l ଚୋରି ସାମଗ୍ରୀ ଭିତରେ ସ୍ମାର୍ଟ ଟିଭି, ମୋବାଇଲ, ଟାବଲେଟ, 5 ଟି ବାଇକ, ବିଭିନ୍ନ ପିତ୍ତଳ, ରୁପା, ଅଷ୍ଠଧାତୁ ନିର୍ମିତ ମୂର୍ତ୍ତି, ଏ ଟି ଏମ କାର୍ଡ ସବୁ ଜବତ କରିଥିବା ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ ସୂଚନା ଦେଇଛନ୍ତି l ଅଭିଯୁକ୍ତ ମାନେ ବୀରମହାରାଜପୁର ଥାନା ପଣ୍ଡିଆପାଲି ଗ୍ରାମ ର ରଞ୍ଜନ ରାଜହଂସ, ତରଭା ଥାନା ଚେର୍ଣ୍ଣିପାଲି ଗ୍ରାମ ର ଶିବ ସରଭଙ୍ଗ, ଅର୍ଡl ଗ୍ରାମ ର ଧନମାଳୀ ବାରିକ ଓ ହରି ବାରିକ l ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି l ଏହି ସାମ୍ବାଦିକ ସମ୍ବିଳନୀ ରେ ବୀରମହାରାଜପୁର ଥାନାଧିକାରୀ ଶୋଭାକର ସେଠ, ସୁବଳୟା ଥାନାଧିକାରୀ ସୁଶାନ୍ତ ପଧାନ ଉପସ୍ଥିତ ଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *