August 27, 2025
Home » ଚୋରୀ ହୋଇଥିବା କୁଣ୍ଡା ବୋଝେଇ ଟ୍ରକ ଜବତ ସହ ୩ ଅଭିଯୁକ୍ତ ଗିରଫ l

ଚୋରୀ ହୋଇଥିବା କୁଣ୍ଡା ବୋଝେଇ ଟ୍ରକ ଜବତ ସହ ୩ ଅଭିଯୁକ୍ତ ଗିରଫ l

0
WhatsApp Image 2025-04-28 at 8.41.55 AM

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ କମିରା ସ୍ଥିତ ଶ୍ରୀୟlନ୍ସ ସଲଭେଣ୍ଟ ଅଏଲରୁ କୁଣ୍ଡା ବୋଝେଇ ହୋଇ ଯାଇଥିବା ଟ୍ରକ ଚୋରି ଘଟଣାରେ ରବିବାର ଦିନ ୩ ଜଣ ଅଭିଯୁକ୍ତ କୁ ଗିରଫ କରିବା ସହ ଟ୍ରକ ଜବତ କରିଛି ବିନିକା ପୁଲିସ l ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର ଗାଡି ହେଲପର ସୁଶାନ୍ତ ବେହେରା (୩୧) ଓ ବୁଗୁଡ଼ା ଥାନା ଅଞ୍ଚଳର ସହଯୋଗୀ ଶିବାଜୀ ପଧାନ (୩୫), କୁଣ୍ଡା କିଣିଥିବା ଜିତେନ୍ଦ୍ର ଜେନା (୩୬) ବୋଲି ଜଣାପଡିଛି | ଟ୍ରକ ଡ୍ରାଇଭର ଫେରାର ଥିବା ଜଣାପଡିଛି | ସୂଚନା ଅନୁସାରେ କମିରା ଶ୍ରୀୟାନସ୍ ସଲଭେଣ୍ଟ ଓଏଲ ମିଲକୁ ଏକ ଟ୍ରକ୍ କୁଣ୍ଡା ନେବାପାଇଁ ଆସିଥିଲା l କୁଣ୍ଡା ଲୋଡିଂ ହୋଇ ସେଠାରୁ ଚାଲିଯାଇଥିଲା |

ସେତେବେଳଠାରୁ ଡ୍ରାଇଭର ଏବଂ ହେଲପର ର ମୋବାଇଲ ଅଫ ରହିଥିଲା l ଏଥି ସହିତ ଗାଡ଼ିରେ ଲାଗିଥିବା ଜିପିଏସ ମଧ୍ୟ ଭାଙ୍ଗି ଦେଇଥିଲେ | ଏଥିଯୋଗୁଁ ଗାଡି ମାଲିକ ସନ୍ଦେହ କରିଥିଲେ | ହେଲେ ସେହିଦିନ ଠାରୁ ଟ୍ରକଟି ଚୋରୀ ହୋଇ ଯାଇଥିଲା । ତେବେ ଟ୍ରକ୍ ଠିକ ସମୟରେ ମାଲିକ ପାଖକୁ ନପହଞ୍ଚିବାରୁ ଟ୍ରକ ମାଲିକ ଅମଙ୍ଗ ମୋହନ ଦାଶ ଗତ ୧୭ତାରିଖ ଦିନ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। କୌଣସି ସୂତ୍ରରୁ ଖବର ପାଇ ବିନିକା ପୁଲିସ ଗଞ୍ଜାମ ପୁଲିସ ସହାୟତାରେ ଭଞ୍ଜନଗର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଛାନଭିନ କରି ଟ୍ରକ କୁ ପାଇବାରେ ସଫଳ ହୋଇଥିଲା । ଚୋରୀ ଟ୍ରକକୁ ପୋଲିସ ଉଦ୍ଧାର କରିଥିବା ବେଳେ ଟ୍ରକ ଚାଳକ ଫେରାର ହୋଇଯାଇଛି । ଟ୍ରକ ରେ ୪୩୭ ପ୍ୟାକେଟ କୁଣ୍ଡା ଥିବା ବେଳେ ତେବେ ଉଦ୍ଧାର ଟ୍ରକରେ ଥିବା କୁଣ୍ଡାର ଦାମ ପ୍ରାୟ ୩ଲକ୍ଷ ହେବ ବୋଲି ସୂଚନା ମିଳିଛି ।ସେଥିରୁ ୧୫ପ୍ୟାକେଟ କୁଣ୍ଡା ଅନ୍ୟତ୍ର ବିକ୍ରି ହୋଇଥିବା ବେଳେ ବାକିତକ ପୁଲିସ ଉଦ୍ଧlର କରିଛି । ରବିବାର ଦିନ ତିନିଜଣ ଅଭିଯୁକ୍ତ ଙ୍କୁ ବିନିକା କୋର୍ଟ ଚାଲାଣ କରାଯାଇଥିଲା l ସେଠାରେ ଜାମିନ ନାମଞ୍ଜୁର ହେବାରୁ ସୋନପୁର ଜେଲ ହାଜତ କୁ ପଠାଯାଇଥିବା ବିନିକା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ସୂଚନା ଦେଇଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *