ଛତରପୁର ଷ୍ଟେସନ୍ ରୋଡ଼ ନିକଟସ୍ଥ ରାମ ମନ୍ଦିରରେ ରାମନବମୀ ଶୋଭାଯାତ୍ରା ସଫଳ ନିମନ୍ତେ ଏକ ବୈଠକ ଆୟୋଜିତ.!

!
ଛତ୍ରପୁର: ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତରପୁର ରେଳ ଷ୍ଟେସନ୍ ରୋଡ଼ ନିକଟସ୍ଥ ରାମ ମନ୍ଦିରରେ ରାମନବମୀ ଶୋଭାଯାତ୍ରାକୁ ସଫଳ କରିବା ପାଇଁ ଏକ ବିଶେଷ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ବଜରଙ୍ଗ ଦଳ ଏବଂ ରାମନବମୀ ଶୋଭାଯାତ୍ରା ସମିତିର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଏହି ଶୋଭାଯାତ୍ରାକୁ କିପରି ଏକ ଭବ୍ୟ ଏବଂ ଶାନ୍ତିପୂର୍ଣ୍ଣ ରୂପେ ଆୟୋଜନ କରାଯାଇପାରେ, ସେ ବିଷୟରେ ଆଲୋଚନା କରୁଥିଲେ ଏବଂ ବୈଠକରେ ଶୋଭାଯାତ୍ରା ଆୟୋଜନ ସମ୍ବନ୍ଧୀୟ ବିଭିନ୍ନ ପାଳିତ କାର୍ଯ୍ୟକ୍ରମ, ଏହି ଉତ୍ସବର ଗୁରୁତ୍ୱ ଏବଂ ଛତରପୁରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହାସହିତ, ଏଥି ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ନେବା ଏବଂ ନଗରବାସୀଙ୍କ ସହଯୋଗ କିପରି ନିଆଯାଇପାରିବ, ତାହାର ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ଏହି ବୈଠକ ମାଧ୍ୟମରେ ସମସ୍ତଙ୍କୁ ଏହି ଉତ୍ସବରେ ସହଭାଗୀ ହେବାକୁ ଅନୁରୋଧ କରାଯାଇଥିଲା ଏବଂ ଏହି ଏତିହାସିକ ଅବସରକୁ ଅଧିକ ଭବ୍ୟ କରିବା ପାଇଁ ଯେଉଁମାନେ ମାନସିକ ଏବଂ ଆର୍ଥିକ ଭାବେ ସହଯୋଗ କରିବାକୁ ଇଚ୍ଛା କରନ୍ତି, ସେମାନଙ୍କୁ ମଧ୍ୟ ଏଥିପାଇଁ ଅଗ୍ରସର ହେବାକୁ ନିବେଦନ କରାଯାଇଛି।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )