July 1, 2025
Home » ଛତ୍ରପୁରର ଗୌରବ ଶ୍ରୀମାନ ବିଷ୍ଣୁ ପ୍ରସାଦ ଶତପଥୀ

ଛତ୍ରପୁରର ଗୌରବ ଶ୍ରୀମାନ ବିଷ୍ଣୁ ପ୍ରସାଦ ଶତପଥୀ

0
WhatsApp Image 2025-05-13 at 8.58.29 PM

ଛତ୍ରପୁର: ସଦ୍ୟ ପ୍ରକାଶିତ ସର୍ବଭାରତୀୟ ସି.ବି.ଏସ୍.ଇ. ଦ୍ୱାଦଶ ବିଜ୍ଞାନ ବିଭାଗ ପରୀକ୍ଷାରେ ଭୁବନେଶ୍ୱର ସ୍ଥିତ ଡି.ଏ.ଭି, ଚନ୍ଦ୍ରଶେଖରପୁରରେ ଅଧ୍ୟୟନ କରୁଥିବା ଛତ୍ରପୁର ସହରାଞ୍ଚଳ ର ଶ୍ରୀମାନ ବିଷ୍ଣୁ ପ୍ରସାଦ ଶତପଥୀ ଗଣିତରେ ୧୦୦ ମାର୍କ,ଇଂରାଜୀରେ ୯୭, ପଦାର୍ଥ ବିଜ୍ଞାନରେ ୯୭, ରସାୟନ ବିଜ୍ଞାନରେ ୯୮, ଶାରୀରିକ ଶିକ୍ଷାରେ ୯୮ ନମ୍ବର ରଖି ସର୍ବମୋଟ ୯୮% ମୂଲ୍ୟାଙ୍କନ ପ୍ରାପ୍ତ କରିଛନ୍ତି l
ସେ ବର୍ତ୍ତମାନ ଅଧ୍ୟୟନ କରୁଥିବା ଡି.ଏ.ଭି, ଚନ୍ଦ୍ରଶେଖରପୁରରେ ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି l ପୂର୍ବରୁ ଛତ୍ରପୁର କାରମେଲ କନଭେଣ୍ଟ ସେକଣ୍ଡାରୀ ସ୍କୁଲ ଛତ୍ରପୁର ଠାରେ ପଢ଼ିବା ସମୟରେ ଆଇ.ସି.ଏସ.ଇ ଦଶମ ଫଳାଫଳରେ ଓଡିଶା ଟପ୍ପର ହୋଇଥିଲେ ଏବଂ ଗତ ଅଳ୍ପଦିନ ତଳେ ପ୍ରକାଶିତ ଜେ. ଇ. ମେଇନ୍ ରେ ୯୯.୯୩୬୭% ନମ୍ବର ପ୍ରାପ୍ତ କରିଥିଲେ l ଶ୍ରୀମାନ ବିଷ୍ଣୁ ପ୍ରସାଦ ଛତ୍ରପୁର ସହରର ପାତ୍ରସାହି ସ୍ଥିତ ଦୁର୍ଗା ପ୍ରସାଦ ଶତପଥୀ ଏବଂ ରଶ୍ମିତା ଶତପଥୀଙ୍କ ପୁତ୍ର ଏବଂ ପ୍ରଶାନ୍ତ ଶତପଥୀଙ୍କ ପୁତୁରା ଅଟନ୍ତି l ଏହି କୃତୀତ୍ୱ ପାଇଁ ସେ ବିଦ୍ୟାଳୟର ସମସ୍ତ ଗୁରୁଜୀ ବୃନ୍ଦ ଏବଂ ପରିବାରର ସମସ୍ତ ଗୁରୁଜନ ମାନଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି l ଆଗକୁ JEE ଆଡ଼ଭାନ୍ସରେ କୃତୀତ୍ୱର ସହ କୃତକାର୍ଯ୍ୟ ହୋଇ ଜଣେ ଦକ୍ଷ ଆଇ. ଟି ଇଞ୍ଜିନିୟର ହେବା ପାଇଁ ଆଶା ରଖିବା ସହ ସମସ୍ତ ଗୁରୁଜନ ତଥା ଶୁଭେଛୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *