February 18, 2026
Home » ଛତ୍ରପୁରର ସମସ୍ତ ଶୈବ ପୀଠରେ ମହା ଆଡ଼ମ୍ବରରେ ଜାଗର ଉତ୍ସବ.. !!

ଛତ୍ରପୁରର ସମସ୍ତ ଶୈବ ପୀଠରେ ମହା ଆଡ଼ମ୍ବରରେ ଜାଗର ଉତ୍ସବ.. !!

0
WhatsApp Image 2026-02-17 at 3.23.45 PM (1)

ଛତ୍ରପୁର:ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହର ର ସମସ୍ତ ଶୈବ ପୀଠମାନଙ୍କରେ ବିଶେଷ କରି ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପ୍ରବଳ ଭିଡ଼ ଜମିବାରେ ଦେଖିବାକୁ ମିଳିଛି । ପବିତ୍ର ମହା ଶିବରାତ୍ରି ଅବସରରେ ଛତ୍ରପୁର ସମସ୍ତ ଦେବାଳୟ ମାନଙ୍କରେ ମହାମନ୍ତ୍ର ନାମ ସଂକୀର୍ତ୍ତନ ଧ୍ବନିରେ ଗୁଞ୍ଜରିତ ହୋଇଉଠିଛି । ପୂର୍ବ ଭଳି ନାଟକ, ନାଟ୍ୟଧାରା ଥିଏଟର, ଦଣ୍ଡନାଚ, ମେଲୋଡି, ରେକର୍ଡ ଡ୍ୟାନସ୍, ହରିକଥା, ୱରକଥା ଆଦି ଆୟୋଜନ ଦେଖୁବାକୁ ମିଳୁନାହିଁ । ଏବେ ସବୁଠି ନାମ ସଂକୀର୍ତ୍ତନ, ଅଷ୍ଟପ୍ରହର, ନାମଯଜ୍ଞ ଏବଂ ଜାଗର ଯାତ୍ରା ସମ୍ପନ୍ନ ହୋଇ ସବୁଠି ଆଜିକାଲି ର ପରମ୍ପରା ଅନୁସାରେ ରେ ଆନନ୍ଦବଜାର, ଅନ୍ନପ୍ରସାଦ ସମାହାରରେ ସମାହିତ କରାଯାଉଛି । ଛତ୍ରପୁରସ୍ଥ ନୀଳକଣ୍ଠେଶ୍ୱର ମନ୍ଦିର ପକ୍ଷରୁ ହରିହାଟ, ଚନ୍ଦ୍ରଶେଖର ମନ୍ଦିର ତରଫରୁ ନିଆରା ହରି ହର ଭେଟ, ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ତରଫରୁ ଏଠାରେ ଥିବା ପାର୍ଶ୍ଵ ଦେବଦେବୀଙ୍କ ମଧ୍ୟରେ ସ୍ଥାନ ପାଇଥିବା ଶ୍ରୀ ଶ୍ରୀ କାଶୀ ବିଶ୍ଵନାଥଙ୍କ ପାର୍ଶ୍ଵରେ ନିଆରା ପରମ୍ପରାରେ ଗୌଢିୟ ପରମ୍ପରାରେ ନାମ ସଂକୀର୍ତ୍ତନ ଅଷ୍ଟପ୍ରହର ନାମ ଯଜ୍ଞ ବର୍ଣ୍ଣାଢ଼୍ୟ ସମାରୋହରେ ଅୟୋଜନ କରାଯାଇଛି । ସେହିପରି ଗୌରୀଶଙ୍କର ମନ୍ଦିରରେ ସନ୍ଧ୍ୟାରେ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ବାରା ଭକ୍ତି ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି । ବୀରେଶ୍ଵର ମନ୍ଦିର, ବିଶ୍ଵେଶ୍ଵର ମନ୍ଦିରରେ ନାମଯଜ୍ଞ ସମାରୋହ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହେଉଥିବା ଦେଖାଦେଇଛି । ଗତକାଲି ଏହି ସମସ୍ତ ଦେବାଳୟ ମାନଙ୍କରେ ଅଧିବାସ କାର୍ଯ୍ୟ, ଜଳଯାତ୍ରା ଅନୁଷ୍ଠିତ ହୋଇ ଆଧ୍ୟାତ୍ମିକ ଜାଗରଣ କୁ ଅଧିକ ଉତ୍ସବମୁଖର କରି ଗଢ଼ି ତୋଳିଛି । ଆଜିର ପବିତ୍ର ମହା ଶିବରାତ୍ରୀ ଜାଗର ମେଳା ଭକ୍ତିମୟ ପରିବେଶରେ ମୁଖରୀତ କରିଛି ।।

Leave a Reply

Your email address will not be published. Required fields are marked *