November 13, 2025
Home » ଛତ୍ରପୁର ଠାରେ ଗଞ୍ଜାମଜିଲ୍ଲାସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଛତ୍ରପୁର ଠାରେ ଗଞ୍ଜାମଜିଲ୍ଲାସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

0
WhatsApp Image 2025-01-28 at 5.15.27 PM

।।

ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ରିଜର୍ଭ ପୋଲିସ୍ ପ୍ୟାରେଡ଼ ପଡ଼ିଆଠାରେ ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି ।
ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ମୁଖ୍ୟଅତିଥି ରୂପେ ଯୋଗ ଦେଇ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ । ସମ୍ବିଧାନ ଆମ ରାଷ୍ଟ୍ରର ଅମୂଲ୍ୟ ସମ୍ପଦ ବୋଲି ବ୍ୟାଖ୍ୟା କରି ସମ୍ବିଧାନ ପ୍ରଣୟନ ପଛରେ ପ୍ରମୁଖ ଅବଦାନ ରହିଥିବା ବାବା ସାହେବ ଡଃ ଭୀମରାଓ ଆମ୍ବେଦକର, ପଣ୍ଡିତ ଜବାହରଲାଲ୍ ନେହେରୁ, ସର୍ଦ୍ଦାର ବଲ୍ଲଭବାଇ ପଟେଲ, ଡଃ ରାଜେନ୍ଦ୍ର ପ୍ରସାଦ, ମୌଲାନା ଅବୁଲ କାଲାମ୍ ଆଜାଦ୍ ,ଆଚାର୍ଯ୍ୟ ଜେ. ବି. କୃପାଳିନୀ, ଟି. ଟି. କୃଷ୍ଣାମ୍ ଆଚାରୀ ଏବଂ ଆହୁରି ଅନେକ ମହାନୁଭବ ଙ୍କୁ ଏହି ଅବସରରେ ସ୍ମୁତି ଚାରଣ କରି ଗଞ୍ଜାମ ମାଟିର ବୀର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଗଞ୍ଜାମର କଳା, ସଂସ୍କୃତି, ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ସମ୍ପର୍କରେ ଅବଗତ କରାଇଥିଲେ । ଗଞ୍ଜାମ ଜିଲ୍ଲା ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ସଫଳତା ଅର୍ଜନ ସହ ସର୍ବ-ଭାରତୀୟସ୍ତରରେ ପୁରସ୍କୃତ ହୋଇଥିବା କଥା ବର୍ଣ୍ଣନା କରିଥିଲେ ।
କେଳୁଆପଲ୍ଲୀ ଗ୍ରାମ ପଞ୍ଚାୟତ ସୁଦୃଢ଼ ସ୍ୱାସ୍ଥ୍ୟ ସେବା ପାଇଁ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଥିବା ବେଳେ ସାହାପୁର ଗ୍ରାମ ପଞ୍ଚାୟତ ଏହାର ଭିତ୍ତିଭୂମି ବିକାଶ ନିମନ୍ତେ ସୁସ୍ଥ ପଞ୍ଚାୟତ ପୁରସ୍କାର ପାଇଥିବା କହିଥିଲେ ।
ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଯୋଜନା ଏବଂ ନିରୀକ୍ଷଣ ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା, ପ୍ରତି ଘରକୁ ହର ଘର ଜଳ ଯୋଜନା, ପ୍ରତି ପଞ୍ଚାୟତରେ ପ୍ରାଥମିକ ମଡେଲ ସ୍କୁଲର ଉନ୍ନତିକରଣ କରାଯାଇ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ପଦକ୍ଷେପ ନିଆ ଯାଉଥିବା ପ୍ରକାଶ କରିଥିଲେ ।
ମହିଳା ସଶକ୍ତିକରଣ ସକାଶେ ମିଶନ୍ ଶକ୍ତି ଯୋଜନାରେ ସ୍ବୟଂ ସହାୟକ ଗୋଷ୍ଠୀ ଆତ୍ମ ନିର୍ଭରଶୀଳ ହୋଇପାରୁଥିବା ଜଣାଇଥିଲେ ।
ପ୍ରଧାନ ମନ୍ତ୍ରୀ ଜନମନ ଯୋଜନା, ବିକଶିତ ଗାଁ, ବିକଶିତ ଓଡିଶା, ସ୍ବଚ୍ଛ ଭାରତ ମିଶନ୍ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ।
ପ୍ୟାରେଡ ରେ ୩୦ ଟି ଦଳ ଅଂଶ ଗ୍ରହଣ କରିଥିଲେ । ମନୋନୀତ ୪ ଟି ଦଳ ଶାରୀରିକ କ୍ରୀଡା ପ୍ରଦର୍ଶନ କରିଥିଲେ । ଉପ ନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ରବି ନାରାୟଣ ବେହେରା ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ । ଜନରାଜ୍ୟ ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।।

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଯୋଜନା ଏବଂ ନିରୀକ୍ଷଣ ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା, ପ୍ରତି ଘରକୁ ହର ଘର ଜଳ ଯୋଜନା, ପ୍ରତି ପଞ୍ଚାୟତରେ ପ୍ରାଥମିକ ମଡେଲ ସ୍କୁଲର ଉନ୍ନତିକରଣ କରାଯାଇ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ପଦକ୍ଷେପ ନିଆ ଯାଉଥିବା ପ୍ରକାଶ କରିଥିଲେ ।
ରିଜର୍ଭ ଇନିସ୍ପେକ୍ଟର ଅମୂଲ୍ୟ ନାୟକ ଓ ସେକେଣ୍ଡ ଇନ କମାଣ୍ଡ, ସର୍ଜେଣ୍ଟ ଅଫ୍ ପୋଲିସ୍ ବିକାଶ କୁମାର ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ୟାରେଡ୍ ପରିଚାଳିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ୬ ଜଣଙ୍କୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ୟାରେଡ ପରେପରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯାଇଥିଲା ।
ଏହି ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ସମେତ ବହୁ ବୁଦ୍ଧିଜୀବୀ, ଜିଲ୍ଲାସ୍ତରୀୟ ଅଧିକାରୀ, ପୁଲିସ ଅଧିକାରୀ, ସାମ୍ବାଦିକ ବନ୍ଧୁଗଣ ଯୋଗ ଦେଇଥିଲେ । ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିଥିବା କଣ୍ଟିଜେଣ୍ଟ ମାନଙ୍କ ମଧ୍ୟରୁ ଓ୍ବିନର୍ ଏବଂ ରନର୍ ମାନଙ୍କୁ ମାନପତ୍ର ସହ କପ୍ ପ୍ରଦାନ କରି ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟଅତିଥି ତଥା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *