October 23, 2025
Home » ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଦୁଇଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ !

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଦୁଇଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ !

0
WhatsApp Image 2024-12-26 at 8.29.40 PM

‘ଗଣିତର ଗବେଷଣା ଏବଂ କୁତ୍ରିମ ବୁଦ୍ଧିମତା’ ଶୀର୍ଷକ ଏକ ଆନ୍ତର୍ଜାତୀୟସ୍ତରୀୟ ଦୁଇଦିନିଆ ସମ୍ମିଳନୀ ଗଞ୍ଜାମ ଜିଲ୍ଲାର ସଦର ମହକୁମା ସ୍ଥ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ବୁଧବାର ଉଦ୍ଘାଟିତ ହୋଇଯାଇଛି ।
ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ତଥା ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଆନୁକୂଲ୍ୟରେ କଲେଜ୍ ର ସମ୍ମିଳନୀ ଗୃହରେ ଆୟୋଜିତ ହୋଇଥିଲା ।
କଲେଜ୍ ଅଧ୍ୟକ୍ଷ ଡ଼ଃ.ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦୁଇଦିନିଆ ସମ୍ମିଳନୀ ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନିଷ୍ଟ ବିଶ୍ୱବିଦ୍ୟାଳୟର କୁଳପତି ତଥା ବିଶିଷ୍ଟ ବୈଜ୍ଞାନିକ ଡ଼ଃ.ପ୍ରିୟଦର୍ଶନ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ଯୁଗରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ତଥା ସାଧାରଣ ଜୀବନରେ ତାହାର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ ।
ମୁଖ୍ୟବକ୍ତା ଭାବରେ ଡ଼ଃ. ସରୋଜ କମାର ପାଣିଗ୍ରାହୀ ଯୋଗଦେଇ ସାଧାରଣ ନିର୍ମାଣ ଓ ବୈଷୟିକ କ୍ଷେତ୍ରରେ କୁତ୍ରିମ ବୁଦ୍ଧିମତାର ପ୍ରୟୋଗ ଫଳରେ ଗୁଣବତ୍ତାର ବିକାଶ ସଂପର୍କରେ ଆଲୋଚନା କରିଥିଲେ ।
ଅନ୍ୟତମ ଅତିଥି ଭାବରେ ଡ଼ଃ. ରାଜେନ୍ଦ୍ର ମିଶ୍ର ତଥା ସାମାଜିକ ସାଧିକା ଶ୍ରୀମତୀ ସମାପ୍ତି ପଣ୍ଡା ଯୋଗଦେଇ ସାଧାରଣ ଜନଜୀବନରେ କୁତ୍ରିମ ବୁଦ୍ଧିମତାର ପ୍ରୟୋଗ ସଂପର୍କରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଡ଼ଃ. ବିଷ୍ଣୁଚରଣ ବେହେରା
ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀ ବାଦଲ ସାହୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ ।
ଡ଼ଃ. ଅଜିତ ସେଠୀ ସମ୍ମିଳନୀର ଲକ୍ଷ୍ୟ ସଂପର୍କରେ ସବିଶେଷ ଆଲୋଚନା କରିଥିଲେ । ଶେଷରେ ଡ଼ଃ. ଶୁଚିସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରଥମ ଦିନର ବୈଷୟିକ ଅଧିବେଶନରେ ଦକ୍ଷିଣ କୋରିଆର ଡ଼ଃ. ଭି.ପି. ବିଜୟା, ମାଲେସିଆର ନୁର୍‌ ଇକ୍‌ମାଲ୍‌ ଇବ୍ରାହିମ୍‌, ଇନ୍ଦୋରର ଡ଼ଃ. ଶିବ ପ୍ରସାଦ ହୋତା, ଗୋଆଲିୟରର ଡ଼ଃ. ମନୋଜ କୁମାର ଦାଶ, ଭେଲୋରର ଡ଼ଃ. ରମାକାନ୍ତ ମିଶ୍ର, ପୁନେ ରୁ ଆସିଥିବା କୁମାର ହରିବାବା, ସିଙ୍ଗାପୁରର ଡ଼ଃ. ମିଲନ୍‌ ପାଢୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ଅତିଥି, ବିଦ୍ୟାର୍ଥୀ ଯୋଗଦେଇ ପ୍ରଯୁକ୍ତି ବିଜ୍ଞାନ ସମ୍ବନ୍ଧୀୟ ବିଷୟ ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରି ସମାରୋହକୁ ସଫଳ ରୂପାୟନ ଦେଇଥିଲେ । ସନ୍ଧ୍ୟାରେ ଛତ୍ରପୁର କଳା ବିକାଶ କେନ୍ଦ୍ର ଦ୍ବାରା ଆୟୋଜିତ କଲେଜ୍ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *