ଛତ୍ରପୁର ବ୍ରହ୍ମାକୁମାରୀ ଆଶ୍ରମରେ ୨୯ ତମ ବାର୍ଷିକ ଉତ୍ସବ ପାଳିତ
!
ଛତ୍ରପୁର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନରେ ଆଶ୍ରମର ୨୯ ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଗୁରୁବାର ପାଳିତ ହୋଇଯାଇଛି ।
ଅନୁଷ୍ଠାନ ପରିସରରେ ଓଁ କାର ର ଧ୍ଵନୀ ନାଦରେ ପ୍ରକମ୍ପିତ ହୋଇ ଏକ ଭିନ୍ନ ନିଆରା ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ଆଡମ୍ବର ସହକାରେ ୨୯ ତମ ବାର୍ଷିକ ଉତ୍ସବ ସମାହିତ ହୋଇଥିଲା । ଶାଖା ସଞ୍ଚାଳିକା ରଜାଯୋଗୀନି ବି.କେ. ବିଜୟଲକ୍ଷ୍ମୀ ଭଉଣୀ ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ା. ସ୍ଵାଧୀନ ରଥ ଯୋଗ ଦେଇ ଶିଵ ବାବା ଙ୍କ ଧ୍ଵଜା ଉତ୍ତୋଳନ କରିଥିଲେ ।

ଦ୍ୱିତୀୟ ପର୍ଯ୍ୟାୟରେ ଆଶ୍ରମ ର ସମ୍ମିଳନୀ ଗୃହରେ ଅନୁଷ୍ଠିତ ଅଧ୍ୟାତ୍ମିକ ସଭାରେ ରାଜସ୍ଥାନ ର ମାଉଣ୍ଟ ଆବୁ ରୁ ଆମନ୍ତ୍ରିତ ଅଧ୍ୟାତ୍ମିକ ବକ୍ତା ବି. କେ. ଶହଦେବ ଭାଇ ଓ ଛତ୍ରପୁର ସମର୍ଥ ଅନୁଷ୍ଠାନ ର ଅଧ୍ୟକ୍ଷ କେ. ଆନନ୍ଦ ରାଓ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ ।
ମୁଖ୍ୟଅତିଥି ଡ଼ା. ରଥ ଅଧ୍ୟାତ୍ମିକ ସଭାରେ କହିଥିଲେ, ଯେ’ ବିଶ୍ଵ କଲ୍ୟାଣରେ ପ୍ରଜାପିତା ଙ୍କ ଅତୁଳନୀୟ ଅବଦାନ ରହିଛି, ଯାହା ଦ୍ଵାରା କୋଟି କୋଟି ଲୋକ ଓଁ ର ପ୍ରକୃତ ଭାବ କୁ ବୁଝି ପାରିଛନ୍ତି, ଆତ୍ମା ଓ ପରମାତ୍ମାରେ ଶାନ୍ତି ଅନୁଭବ କରିଛନ୍ତି ।

ଏହି ସୁନ୍ଦର ସଂଗଠନ ର ସମାଜ ପ୍ରତି ଅବଦାନ ଚିରସ୍ମରଣୀୟ ବୋଲି ତାତ୍ତ୍ଵିକ୍ ଆଲୋଚନା ଦେଇଥିଲେ । ଡ଼ା. ରଥ ଏକ ସୁନ୍ଦର ଅଧ୍ୟାତ୍ମିକ କବିତା ମାଧ୍ୟମରେ ସଭା କୁ ସମ୍ବୋଧନ କରିଥିଲେ । ଅନ୍ୟତମ ଅତିଥି ମାନେ ମଧ୍ୟ ନିଜ ନିଜ ମନ ର ଭାବନା କୁ ପ୍ରକାଶ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଦସ୍ୟ ୱାଇ. ବାଲା କ୍ରିଷ୍ଣା ଭାଇ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଭଉଣୀ ବିଜୟଲକ୍ଷ୍ମୀ ସଭା କୁ ସମ୍ବୋଧନ କରିଥିଲେ । ଶେଷରେ କେ. ସତ୍ୟନାରାୟଣ ରେଡ୍ଡୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
