November 7, 2024
Home » ଛତ୍ରପୁର ରିକାପଲ୍ଲୀ ଛକ ଠାରେ ଆୟୋଜିତ କାଳୀପୂଜା ମଣ୍ଡପରେ ଉତ୍ସାହ ଜମୁଛି !

ଛତ୍ରପୁର ରିକାପଲ୍ଲୀ ଛକ ଠାରେ ଆୟୋଜିତ କାଳୀପୂଜା ମଣ୍ଡପରେ ଉତ୍ସାହ ଜମୁଛି !

0

ଛତ୍ରପୁର ସହର ର ମୁଖ୍ୟ ସଡ଼କପଥ ରିକାପଲ୍ଲୀ ଛକ ଠାରେ ଚଳିତବର୍ଷ ପ୍ରଥମ କରି କାଳୀପୂଜା ଉତ୍ସଵ ଆୟୋଜନ କରାଯାଇଛି । ପ୍ରତିଦିନ ସନ୍ଧ୍ୟାରେ କାଳୀପୂଜା ମଣ୍ଡପରେ ଉତ୍ସାହ ଜମୁଛି । ଅଗଣିତ ଭକ୍ତ ଯୋଗଦେଇ ଦେବୀ କାଳୀ ଙ୍କ ଦିବ୍ୟ ଦର୍ଶନ କରି ବିଭୂକୃପା ଲାଭ କରିଛନ୍ତି । ସନ୍ଧ୍ୟାବେଳେ ଦେବୀଙ୍କ ଆରତୀ ଦର୍ଶନ କରି ଭକ୍ତଜନ ଭକ୍ତି ଭାବାପନ୍ନରେ ମଜ୍ଜି ଯାଇ ନିଜନିଜ ର ମନସ୍କାମନା ପୂରଣ ପାଇଁ ମା’ ଙ୍କ ଠାରେ ଗୁହାରି ଜଣାଇବା ପୂର୍ବକ ଭାବବିହ୍ବଳ ହୋଇ ଉଠିପଡ଼ନ୍ତି ।
ଯାହାକି, ଢ଼ୋଲ୍, ମହୁରୀ, ଝାଞ୍ଜରେ ସ୍ଥାନଟି ପ୍ରତ୍ୟହ ସନ୍ଧ୍ୟାରେ ଉଚ୍ଛୁଳି ପଡ଼େ, ମାଆ ଙ୍କ ଠାରେ ଭକ୍ତ ସମର୍ପଣ ହୋଇ ମଧ୍ୟ ଭକ୍ତି ଓ ଆନ୍ଦନ ଭାବାବେଗରେ ଭକ୍ତ ମଜ୍ଜି ଯାଇଆନ୍ତି । ଏହା ଏକ ଅତ୍ୟନ୍ତ ନିଆରା ପରମ୍ପରା ଦେଖିବାକୁ ମିଳିଛି । ସୁନ୍ଦର ଆଲୋକ ଏବଂ ତୋରଣ ତଥା ପୂଜା ମଣ୍ଡପରେ ଚିତ୍ତାକର୍ଷକ ସାଜସଜ୍ଜା ଖୁବ୍ ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶ ସମସ୍ତଙ୍କୁ ଆହ୍ଲାଦିତ କରିଦେଇଛି ।।
chatrapur epa ru muna behera nka report

Leave a Reply

Your email address will not be published. Required fields are marked *